8ତମ ମା’ ଲଣ୍ଡାବିର କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପନୀ ହୋଇଯାଇଛି

ଖେଳ
ସେୟାର କରନ୍ତୁ

ପରଜଙ୍ଗ : ଶନିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ସ୍ଥିତ ରତ୍ନପୁର ଗ୍ରାମରେ ମା ଲଣ୍ଡାବବିର ସଂଘ ପକ୍ଷରୁ 8ତମ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ହୋଇଯାଇଛି l ଏହି ଉଦଯାପନୀର ଫାଇନାଲ ମ୍ୟାଚଟି କୁମୁସୀ ଓ ବଲ୍ହର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଟଚ ଜିତି କୁମୁସୀ ବ୍ୟାଟି କରିବାର ନିଷ୍ପତି ନେଇ 12 ଓଭରରେ 6ଟି ଓ୍ଵିକେଟ ହରାଇ 145 ରନ ସଂଗ୍ରହ କରିଥିଲା l ଏହାର ଜବାବରେ ବଲ୍ହର 12 ଓଭରରେ 8 ଓ୍ଵିକେଟ ହରାଇ 117 ରନ କରି କୁମୁସୀ ଠାରୁ ପରାଜିତ ହୋଇଥିଲା l

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଯୁବ ନେତା ଅସିତ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ ) ଯୋଗଦେଇଥିଲାବେଳେ 2 ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ଓ ଅକ୍ଷୟ ବେହେରା (ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ) ସନ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l

ମା ଲଣ୍ଡାବୀର କ୍ଲବ କର୍ମ କର୍ତ୍ତାଙ୍କ ଉଦ୍ୟମରେ ଏବଂ ଏ ଅଞ୍ଚଳର କିଛି କ୍ରିକେଟ ପ୍ରେମୀମାନଙ୍କ ସହଯୋଗରେ ପ୍ରତିବର୍ଷ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଅଛି l ଏଥି ସହିତ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ କେଉଁଝର ଜିଲ୍ଲାର ସୁରଜ ପାତ୍ର ଡ୍ୟାନ୍ସ ମାଧ୍ୟମରେ ଖେଳ ପରିଚାଳନା କରି ଦର୍ଶକ ମାନଙ୍କ ମନ ମୋହିଥିବା ଦେଖିବାକୁ ମିଳିଥିଲା l ଗ୍ରାମାଞ୍ଚଳର ଏହି କ୍ରିକେଟ ଖେଳ ଦେଖିବା ପାଇଁ ପଡିଆରେ ହଜାର ହଜାର ଦର୍ଶକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା l ପରି ଶେଷରେ ଅତିଥି ମାନେ ଚମ୍ପିଆନ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ l


ସେୟାର କରନ୍ତୁ