ପରଜଙ୍ଗ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗ୍ରାମ ପଞ୍ଚାୟତର ବନ୍ଦାଣିଆ ଗ୍ରାମର ବରିଷ୍ଟ ବିଜେଡି କର୍ମୀ ରାଉତ ଗାଗରାଇ, କୈଳାଶ ତିରିଆ, ବିଜୁ ଆଦିବାସୀ ସମାଜ ସଭାପତି କରୁଣାକର ହେମ୍ବ୍ରମ୍ ଓ ସମାଜସେବୀ ରମେଶ ମିଶ୍ରଙ୍କ ନେତୃତ୍ବରେ ବିରାଶାଳ ଗ୍ରାମପଞ୍ଚାୟତର ବିଜେପି ଦଳ ୱାର୍ଡ ମେମ୍ବର ମନୀଷା ତିରିଆଙ୍କ ସମେତ 100ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ନିର୍ମଳ ଭାବମୂର୍ତ୍ତି ଓ କାର୍ଯ୍ୟଦକ୍ଷତାରେ ଅନୁପ୍ରାଣିତ ହୋଇ ଆଜି ବିଜେପି ଦଳ ଛାଡ଼ି ବିଜୁ ଜନତା ଦଳରେ ବନ୍ଦାଣିଆ ଗ୍ରାମର ଚକି ପଡିଆ ଠାରେ ଯୋଗଦାନ କରିଛନ୍ତି । ମାନ୍ୟବର ବିଧାୟକ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି ।
