କଙ୍କଡ଼ାହାଡ଼ରେ ବିଜେପିକୁ ପୁଣି ବଡ଼ ଝଟକା
ପରଜଙ୍ଗ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗ୍ରାମ ପଞ୍ଚାୟତ, କନ୍ଧରା ଗ୍ରାମର, ବିଜେପି ଦଳରର ବରିଷ୍ଠ କର୍ମୀ ବିଶ୍ୱଜିତ୍ ବିଶ୍ବାଳ, ପାଟବେଡ଼ା ଗ୍ରାମର ଜୟନ୍ତ କୁମାର ଦାସ କଙ୍କଡ଼ାହାଡ଼ ଗ୍ରାମର ପ୍ରକାଶ ଚନ୍ଦ୍ର ବେହେରା, ପ୍ରିୟବ୍ରତ ସିଂହ କରଗୋଳା ଗ୍ରାମର କୈଳାସ ଚନ୍ଦ୍ର ବେହେରା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ନିର୍ମଳ ଭାବମୂର୍ତ୍ତି ଓ କାର୍ଯ୍ୟଦକ୍ଷତାରେ ଅନୁପ୍ରାଣିତ ହୋଇ ଆଜି ବିଜେପି ଦଳ ଛାଡ଼ି ବିଜୁ ଜନତା ଦଳରେ ମାନ୍ୟବର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ଡିହଡୋଳ ସ୍ଥିତ ବାସଭବନ ଠାରେ ଯୋଗଦାନ କରିଛନ୍ତି ।

ମାନ୍ୟବର ବିଧାୟକ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ।
