ପରଜଙ୍ଗ : ଆଜି ହେଉଛି ଶ୍ରୀରାମନବମୀ । ପବିତ୍ର ଶ୍ରୀରାମ ନବମୀ ଅବସରରେ ପରଜଙ୍ଗ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୁଆଳୋ ଅଷ୍ଟଶମ୍ଭୁ ମନ୍ଦିରରୁ ଦର୍ଶନ କରି ପ୍ରଚାର ମଇଦାନକୁ ଉଲ୍ଲାଇଛନ୍ତି କଂଗ୍ରେସର ବିଧାୟକ ପ୍ରାର୍ଥୀ ରଞ୍ଜିତ କୁମାର ସାହୁ (ଟୁଟୁ) । ଶ୍ରୀ ସାହୁ ପ୍ରଥମେ ନିଜ ଗ୍ରାମ ଦେବତୀ ବଡଝରା ଠାରୁ ଦର୍ଶନ କରି କୁଆଳୋ ଅଷ୍ଟଶମ୍ଭୁ ମନ୍ଦିରରେ ପୂଜାର୍ଚନା କରି ନିଜ ସମର୍ଥକମାନଙ୍କ ସହ ପରଜଙ୍ଗ ବଜାର ସ୍ଥିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହେଶଚନ୍ଦ୍ର ଶୁବାହୁ ସିଂହଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହାପରେ କୁଟରିଆ ସ୍ଥିତ ମା ବିଲେଇଶୁଣୀ ଠାକୁରାଣୀଙ୍କୁ ଦର୍ଶନ କରି ମହାବିରୋଡ଼ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତୋରଡ଼ାନାଳୀ ରାମମନ୍ଦିରରେ ଦର୍ଶନ ସହ ସେଠାରେ ଭକ୍ତିପୋତ ମାହୋଲରେ ଶ୍ରୀ ସାହୁ ଲୋକମାନଙ୍କ ସହ ମିଶିଥିଲେ ।

ସୂଚନା ଅନୁଯାୟୀ, ଓଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ବେରୋଜଗାର, ଅଗ୍ନିବୀର, ମହିଳା ସୁରକ୍ଷା ଏବଂ ଆଞ୍ଚଳିକ ସମସ୍ୟା କଥାକୁ ଲୋକମାନଙ୍କ ପାଖରେ ଉଠାଇବା ଏବଂ କଂଗ୍ରେସର ଗ୍ୟାରେଣ୍ଟି କଥାକୁ ପାଥେୟ କରି ଆଗକୁ ନିର୍ବାଚନ ମଇଦାନକୁ ଉଲ୍ଲାଇବେ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।