ଜନସେବାରେ ନିଜକୁ ସାମିଲ କରି ‘ବିକଶିତ ଭାରତ’ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁପିଏସସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ୨୦୨୩ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ‘ଏକ୍ସ’ରେ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ଆଇଏଏସ- ୨୦୨୩ ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆଦିତ୍ୟ ଶ୍ରୀବାସ୍ତବ, ତାଳଚେରର ଅନିମେଶ ପ୍ରଧାନଙ୍କ ସମେତ ସଫଳତା ପାଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଅନିମେଶ ଆମ ତାଳଚେର ତଥା ଓଡ଼ିଶାକୁ ଗର୍ବିତ କରିଛନ୍ତି । ପରିଶ୍ରମ, ଏକାଗ୍ରତା ଓ ସ୍ମାର୍ଟଓ୍ୱାର୍କ ଦ୍ୱାରା ସେମାନେ ଏହି କୃତି ହାସଲ କରିଛନ୍ତି । ନିଜକୁ ଜନସେବାରେ ସାମିଲ କରି ‘ବିକଶିତ ଭାରତ’ ଗଠନ କରିବା ଦିଗରେ ସୂଚାରୁରୂପେ ଦାୟିତ୍ୱ ନିର୍ବାହ କରିବା ପାଇଁ ଶ୍ରୀ ପ୍ରଧାନ କୃତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।


ସେୟାର କରନ୍ତୁ