କାମାକ୍ଷାନଗର : ଢେଙ୍କାନାଳ ଲୋକସଭା କ୍ଷେତ୍ର କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଫୁଲ ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ କାମାକ୍ଷାନଗର ଉପଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସରଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହି ଅବସରରେ ନିଜର ହଜାର ହଜାର ସମର୍ଥକଙ୍କ ସହିତ ସେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ନାମାଙ୍କନ ପତ୍ର ଦାଖଲ ଅବସରରେ ତାଙ୍କ ଶୋଭାଯାତ୍ରାଟି ବେଶ୍ ଆକର୍ଷଣୀୟ ହୋଇଥିଲା । ଏଥିରେ ଡିଜେ, ପାରମ୍ପରିକ ବାଦ୍ୟ ସାମିଲ ହୋଇଥିଲା ।
