ପରଜଙ୍ଗ ବିଜେଡ଼ିର 1ନଂ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : 2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର ଏକ ବର୍ଷ ବାକି ରହିଅଛି l ତେଣୁ ଆଗାମୀ ନିର୍ବାଚନ ପାଇଁ ପରଜଙ୍ଗ ବିଜେଡିର ସାଙ୍ଗଠନିକ ତତ୍ପରତା ଏବେଠୁ ଦେଖିବାକୁ ମିଳିଛି l ଆଜି ରବିବାର ପରଜଙ୍ଗ ବ୍ଲକ ଅନ୍ତର୍ଗତ ସରାଙ୍ଗ କଲ୍ୟାଣ ମଣ୍ଡପ ଠାରେ 1ନଂ ଜୋନର 11ଟି ପଞ୍ଚାୟତର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l

ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡ଼ାକ୍ତର ନୃସିଂହ ଚରଣ ସାହୁ ଯୋଗ ଦେଇ ଜୋନର ପ୍ରତେକ ପଞ୍ଚାୟତରେ କମିଟି ଗଠନ, ପ୍ରତେକ ୱାର୍ଡରେ କେମିତି କମିଟି ଗଠନ ହୋଇପାରିବ ଏବଂ ଏହି କମିଟି ମାନଙ୍କୁ ସୁଚାରୁରୂପେ ପରିଚାଳିତ କରିବା ପାଇଁ ଜୋନ ସ୍ତରରେ ଆଉ 5 ଜଣିଆ କମିଟି ଗଠନ କରିବା ଦିଗରେ ଗୁରୁତ୍ୱରୋପ କରିଥିଲେ l

ସେହିପରି ପରଜଙ୍ଗ ବିଜେଡି ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୋନ ସ୍ତରୀୟ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ପରଜଙ୍ଗର ଯୁବ ନେତା ଅସିତ କୁମାର ରାୟଚୌଧୁରୀ (ଚିଣ୍ଟୁ), ଢେଙ୍କାନାଳ ଜିଲ୍ଲାପରିଷଦ ଉପାଧ୍ୟାକ୍ଷା ବିଳାସିନୀ ସେଠୀ, 2ନଂ ଜୋନର ଜିଲ୍ଲାପରିଷଦ ନିରାକାର ପ୍ରଧାନ, 1ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ରୁନୁ ବର୍ମା, ପୂର୍ବତନ ବ୍ଲକ ଅଧକ୍ଷ ଅକ୍ଷୟ ବେହେରା, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ପ୍ରଦୀପ ବେହେରା, ନିର୍ମାଣ ଶ୍ରମିକ ସଂଯୋଜକ ଦିଲ୍ଲୀପ ବର୍ମା, ବ୍ଲକ ବିଜେଡି ସମ୍ପାଦକ ସୁବ୍ରତ ଦାସ, ସରାଙ୍ଗ ସମିତିସଭ୍ୟ ବାସୁଦେବ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଆଗାମୀ ନିର୍ବାଚନ ପାଇଁ ଆଗକୁ କେମିତି ପ୍ରତେକ ସଙ୍ଗଠନକୁ ମଜଭୁତ କରିବା ସେ ବିଷୟରେ ଗୁରୁତ୍ୱରୋପ କରିବା ସହ ଆଗାମୀ ଦିନ ପାଇଁ ତତ୍ପର ରହିବାକୁ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ l


ସେୟାର କରନ୍ତୁ