ଓଡିଶା ଗସ୍ତରେ ଅମିତ ଶାହ, ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର : ଦେଶରେ ଲୋକସଭା ନିର୍ବାଚନର 5ମ ପର୍ଯ୍ୟାୟ ଶେଷ ହୋଇସାରିଛି । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀମାନଙ୍କର ରାଜ୍ୟକୁ ଘନ ଘନ ଆସିବା ଦେଖିବାକୁ ମିଳୁଛି । ତେବେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ଜନସଭାକୁ ସମ୍ବୋଧିତ କରୁଛନ୍ତି । ଗୋଟିଏ ଦିନରେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ରେ ନିର୍ବାଚନୀ ସଭା କରି ବିଜେପି ପାଇଁ ଭୋଟ୍ ମାଗିଛନ୍ତି ଅମିତ ଶାହ । ଏହି ସମୟରେ ସେ ଲୋକମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ଓ ନବୀନ ସରକାର ଉପରେ ଏକୁ ବଳି ଆରେକ ପ୍ରଚଣ୍ଡ ହମଲା କରିଛନ୍ତି ।

କେନ୍ଦୁଝର ଓ ସମ୍ବଲପୁରରେ 500 ‌ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ କରିବୁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କେନ୍ଦୁଝର ମେଡିକାଲ ଗ୍ରାଉଣ୍ଡରେ ଆୟୋଜିତ ବିଶାଳ ଜନସଭାରେ ଘୋଷଣା କରିଛନ୍ତି । ବିଜେପି ସରକାର ଆସିଲେ ମହିଳାଙ୍କୁ 50 ହଜାର ଟଙ୍କାର ଭାଉଚର୍ ଦିଆଯିବ ।

ନବୀନ ବାବୁ ଓଡ଼ିଶାକୁ ପଛକୁ ଠେଲି ଦେଇଛନ୍ତି । କେନ୍ଦୁଝରକୁ ନବୀନ ସରକାର କିଛି ଦେଇଛନ୍ତି । ଏଠି କୌଣସି ବିକାଶ ହୋଇନାହିଁ । ମୋଦୀ ଚାଉଳ ଦେଉଛନ୍ତି, ନବୀନ ବାବୁ ଖାଲି ଅଖା ଦେଉଛନ୍ତି । ନବୀନ ବାବୁଙ୍କର ବୟସ ବଢ଼ିଗଲାଣି, ଆଉ କାମ କରିପାରୁନାହାନ୍ତି । କୌଣସି ତାମିଲ ଲୋକ ଏଠି ଶାସନ କରିପାରିବନି ।

ସେ ଆହୁରି ପ୍ରତିଶ୍ରୁତି ଦେଇଛନ୍ତି ଯେ, 3ଟି ଜିଲ୍ଲାରେ ଆଇଟି ପାର୍କ କରାଯିବ । ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ୱର ଜିଲ୍ଲାରେ ଆଇଟି ପାର୍କ ହେବ ବୋଲି କହିଛନ୍ତି । ଏଥିସହ 15 ଲକ୍ଷ ଗରିବଙ୍କୁ ଘର ଯୋଗାଯିବ । ସେ ଆହୁରି ଏକ ବଡ଼ ଘୋଷଣା କରୁିଛନ୍ତି ଯେ, ଓଡିଆ ଭାଷାରେ ମେଡିକାଲ ପାଠପଢାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଆଦିବାସୀ ଭାଇଭଉଣୀମାନଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁତ କିଛି କରିଛନ୍ତି। ସେ 740 ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି ବିଜେପି । ଏଠି ବିଜେପି ସରକାର କରନ୍ତୁ । ଦୁଇ ବର୍ଷ ଭିତରେ ସମସ୍ତଙ୍କୁ ଘର ଓ ପିଇବା ପାଣି ମିଳିବ । ଓଡ଼ିଶାରେ ବିଜେପି ସରକାର ଆସିଲେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ । ବିଜେପି ସରକାର ହେଲେ 5 ବର୍ଷ ଭିତରେ ଓଡ଼ିଶାକୁ ନମ୍ବର ୱାନ୍ ରାଜ୍ୟ କରିବୁ । ବିଜେପି ସରକାର ଆସିଲେ, ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ବାର ଖୋଲାଯିବ । ରତ୍ନଭଣ୍ଡାରର ସବୁ ସମ୍ପତ୍ତି ପ୍ରଭୁ ଜଗନ୍ନାଥଙ୍କର, ଚାବି ହଜିଗଲାଣି । ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ବିଜେପି ଆସିଲେ ରତ୍ନଭଣ୍ଡାର ଲୁଟେରାଙ୍କ ପ୍ରତି ଦଣ୍ଡବିଧାନ ହେବ ।


ସେୟାର କରନ୍ତୁ