ପରଜଙ୍ଗ: ପିସିସି ସଭାପତିଙ୍କ ଗ୍ରସ୍ତକୁ ସ୍ୱାଗତ କଲା ବ୍ଲକ କଂଗ୍ରେସ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ମଣ୍ଡଳୀ ଗୁଡିକରେ ନେତାଙ୍କ ଭିଡ଼ ସେତିକି ଦେଖିବାକୁ ମିଳୁଛି । ତେବେ ଶନିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ୱାଗତ କରିଛି ପରଜଙ୍ଗ କଂଗ୍ରେସ ।

ସୂଚନା ମୁତାବକ, ପରଜଙ୍ଗରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ଭାଇସ ପ୍ରେସିଡେଣ୍ଟ ରଣଜିତ କୁମାର ସାହୁଙ୍କ ନେତୃତ୍ୱରେ ଏବଂ ବ୍ଲକ ସଭାପତି ବିଜୟ କୁମାର ରାଓତରାୟଙ୍କ ପୂର୍ଣ ସହଯୋଗରେ ଓ ଶତାଧିକ କର୍ମୀମାନଙ୍କ ସହ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଅଛି । ଏହା କଂଗ୍ରେସ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ପରଜଙ୍ଗ ହାଟ ପଡିଆ ଠାରେ ସ୍ୱାଗତ କରାଯାଇ ଏକ ଶୋଭାଯାତ୍ରାରେ ପରଜଙ୍ଗ ବଜାରକୁ ଅଣାଯାଇଥିଲା ଏବଂ ବଜାର ସ୍ଥିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାହେଶ୍ଚନ୍ଦ୍ର ଶୁବାହୁ ସିଂଙ୍କ ପ୍ରତିମର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ନଵୀନଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସମ୍ପାଦକ ବିଜୟ କୁମାର ପଣ୍ଡା, ଜିଲା କଂଗ୍ରେସ ମୁଖପାତ୍ର ନିର୍ମଳ ମିଶ୍ର, ପୂର୍ବତନ ବ୍ଲକ ସଭାପତି ନଗେନ ବିନାୟକ, ସଦାଶିବ ମଲିକ, ପଦ୍ମଲାଭ ଦେହୁରୀ, ଶରତ ନାଏକ, ଦୟାସାଗର ଦାସ, ବିନୟ କୁମାର ଦାସ, ନୃସିଂହ ଚରଣ ନାଏକଙ୍କ ସମେତ ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଶତାଧିକ କର୍ମୀ ଯୋଗ ଦେଇଥିଲେ ।


ସେୟାର କରନ୍ତୁ