ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ମୋଦି ଓ ଶାହା

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର : ଲୋକସଭା ନିର୍ବାଚନ- 2024ର 6ଟି ପର୍ଯ୍ୟାୟ ଶେଷ ହୋଇସାରିଥିବା ବେଳେ ଏବେ ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଘମାଘୋଟ ପ୍ରଚାର ଚାଲିଛି । ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା । 28 ତାରିଖରେ ଶାହା ଆସୁଥିବାବେଳେ 29ରେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି । ମଙ୍ଗଳବାର ଶାହା 3ଟି ସଭା କରିବେ । ଦିନ 10ଟାରେ ଚାନ୍ଦବାଲିରେ ପ୍ରଥମ ସଭା କରିବା ପରେ ସେ କୋରେଇ ଓ ନିମାପଡାରେ ସମ୍ବୋଧନ କରିବେ ।

ଏହି କ୍ରମରେ ମେ 29 ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୁଧବାର ସେ 3ଟି ସଭା କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ଉପସଭାପତି ଗୋଲକ ମହାପାତ୍ର ।
29 ତାରିଖ ଦିନ 12ଟାରେ ବାରିପଦା ଛଉ ପଡ଼ିଆରେ ପ୍ରଥମ ସଭା କରିବା ପରେ ସାଢ଼େ 1ରେ ବାଲେଶ୍ବରରେ, 3ଟା 30ରେ କେନ୍ଦ୍ରାପଡ଼ାରେ ସଭା କରିବେ ।

ଏହାସହ ୨୭ରେ ପୁଣି ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । 27ରେ ଭଦ୍ରକ ଯାଦପୁର କେନ୍ଦ୍ରାପଡା କାକଟପୁର ଓ 28ରେ ରାଇରଙ୍ଗପୁର ମୋରଡା ସୋର ଜଗତସିଂହପୁରରେ ପ୍ରଚାର କରିବେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର ଭଦ୍ରକ ଜଗତସିଂହପୁର କେନ୍ଦ୍ରାପଡା ରେ 27ରୁ 30 ଯାଏଁ ପ୍ରଚାର କରିବେ । 27 ଓ 28ରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରଚାର କରିବେ । ଏନେଇ ବିଜେପି ରାଜ୍ୟ ସଭାପତି ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।


ସେୟାର କରନ୍ତୁ