ଆସନ୍ତା କାଲିଠାରୁ ଓଡ଼ିଶାରେ ବଢିବ ତାପମାତ୍ରା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଆସିବ । ଆସନ୍ତାକାଲିଠାରୁ 2ରୁ 3 ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଓଡ଼ିଶାକୁ ଏହାର ବିଶେଷ ପ୍ରଭାବ ନାହିଁ । ଏଭଳି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ।

ସେ କହିଛନ୍ତି, ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡଘଡି ବିଜୁଳି ପବନ ହେବାର ଵିଶେଷ ସମ୍ଭାବନା ନାହିଁ । କେତେକ ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ଆସନ୍ତାକାଲି ଠାରୁ 2ରୁ ତିନି ଡିଗ୍ରୀ ତାପମାତ୍ରା ବଢିବ । ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ । ନୟାଗଡ଼ର ରାମପୁରରେ ସର୍ବାଧିକ 92.8 ମିମି ଏବଂ କେନ୍ଦ୍ରାପଡ଼ାର ରାଜନଗରରେ 78 ମିମି ବର୍ଷା ରେକର୍ଡ଼ କରାଯାଇଛି । ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏମିତି ସ୍ଥିତି ରହିବ । ଏହାଛଡ଼ା କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ।


ସେୟାର କରନ୍ତୁ