ସରାଙ୍ଗ ନବୋଦୟ ବିଦ୍ୟାଳୟର 18 ଛାତ୍ର ଛାତ୍ରୀ ପୁରସ୍କୃତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ଜଟିଆ ଛକ ନିକଟସ୍ଥ ବ୍ରାହ୍ମଣୀ ନଦୀ ତଟରେ ରହିଥିବା ଜବାହର ନବୋଦୟ ବିଦ୍ୟାଳୟର 18 ଜଣ ଛାତ୍ର ଛାତ୍ରୀ ଆଜି ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି । ବିଦ୍ୟାଳୟରେ ଜି ୨୦ ଜନ ଭାଗିଦାରୀ କର୍ମଶାଳା କିଛି ଦିନ ଧରି ଜାରି ରହିଥିବା ବେଳେ ସୋମବାର ଉକ୍ତ କର୍ମଶାଳା ଆନୁକୁଲ୍ୟରେ ଜିଲ୍ଲା ସୂର୍ଯ୍ୟ ହୋଟେଲ ଠାରେ ସିଭି ରମଣ ଗ୍ଲୋବାଲ ବିଶ୍ଵବିଦ୍ୟାଳୟ ଭୁବନେଶ୍ଵର ସହଭାଗିତାରେ ଏକ ଯୁବ ମେଳା ଅନୁଷ୍ଠିତ ହୋଇଥିଲା ।

ଯାହାକି ଏଥିରେ ବିଦ୍ୟାଳୟର 18 ଛାତ୍ର ଛାତ୍ରୀ ଓଡ଼ିଆ ବିଭାଗ ଶିକ୍ଷୟତ୍ରୀ ନିରୁପମା ଭଞ୍ଜ ଓ ହିନ୍ଦୀ ଶିକ୍ଷକ ରୁଦ୍ର ପ୍ରତାପଙ୍କ ନେତୃତ୍ୱରେ ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହାସଲ କରିଛନ୍ତି ।କୃତି ପ୍ରତିଯୋଗୀ ମୁଖ୍ୟ ଅତିଥି ଡ,ପଣ୍ଡା ଓ ସ୍ମୃତି ରଞ୍ଜନ ବିଶ୍ଵାଳଙ୍କ କରକମଳରୁ ପୁରସ୍କାର ଅର୍ଜନ କରିଥିଲେ ।ଯୁବ ମେଳାର ମୁଖ୍ୟ ଆକର୍ଷଣ ରହିଥିଲା ପ୍ରଯୁକ୍ତି ଓ ଜନ ଭାଗିଦାରୀ,ଜଳ ପ୍ରଯୁକ୍ତି , ଏଆର, – ଭିଆଇ ଓ କାରଖାନା – ଫୋର୍ ଜିରୋ ପ୍ରଭୃତି ।

ଏଥିରେ ପିଲା ମାନେ ଯୋଗଦେଇ ଜ୍ଞାନ ଆହରଣ କଲେ ଯେ ସାଂପ୍ରତିକ ପରିବେଶକୁ କଷ୍ଟ ନଦେଇ ଆମେ ବର୍ତ୍ତମାନ ପରିବେଶରେ କିପରି ସୁସ୍ଥ ଓ ନିରାମୟ ଜୀବନ ଅତିବାହିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ଜଣାପଡିଛି ।


ସେୟାର କରନ୍ତୁ