ବିଶ୍ୱ ପରିବେଶ ଦିବସ ପାଳିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଥିବା ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ କଲେଜର ଅଧକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ବାରିକଙ୍କ ଅଧକ୍ଷତାରେ ପରିଚାଳନା କରିବା ସହ, ପରିବେଶ ଦିବସ ଅବସରରେ ଛାତ୍ର ଛାତ୍ରୀଙ୍କୁ ସଚେତନତା କରିଥିଲେ । 

ଛାତ୍ରଛାତ୍ରିଙ୍କୁ ଧରି ଏକ ପରିବେଶ ସୁରକ୍ଷା ଶୋଭାଯାତ୍ରା କରିବା ସହ ବୃକ୍ଷ ରୋପଣ, ପ୍ରବନ୍ଦ୍ ଲିଖନ୍, ଚିତ୍ରାଙ୍କନ୍ ପ୍ରତିଯୋଗିତା ହୋଇଥିଲା ବେଳେ କଲେଜର ଟ୍ରେନିଙ୍ଗ ଅଫିସର୍ ଶ୍ରୀଯୁକ୍ତ ସଞ୍ଜିବ୍ କୁମାର ତ୍ରିପାଠୀ କାର୍ଯ୍ୟକ୍ରମକୁ ସଞ୍ଚାଳନ କରି ଛାତ୍ରଛାତ୍ରିଙ୍କ ମଧ୍ୟରେ ପରିବେଶ ପ୍ରଦୂଷଣ  ଉପରେ ଆଲୋକପାତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ କଲେଜର ପ୍ରଶିକ୍ଷକ ଶ୍ରୀ ଦୀପକ୍ କୁମାର ପଣ୍ଡା, ଶ୍ରୀ ପ୍ରଭାକର ରାଉତ, ବିଦ୍ୟଶ୍ରୀ ଦାସ, ଅଶୋକ ଦେହୁରୀ, ଆରସୀ ପରିଡ଼ା, ରାଜେଶ୍ କୁମାର ପଣ୍ଡା, ଗୋପାଳ କୃଷ୍ଣ ପ୍ରଧାନ, ଆନନ୍ଦ ପ୍ରସାଦ ମଲ୍ଲିକ, ସାରେନୀ ମହାନ୍ତି ଓ ଟାଟା ସ୍ତ୍ରିଭ ର ପ୍ରଶିକ୍ଷକ ଶ୍ରୀ ତାପସ କୁମାର ମଣ୍ଡଲଙ୍କ ସମେତ ସମସ୍ତ ଛତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ  ସହଯୋଗ କରିଥିଲେ ।


ସେୟାର କରନ୍ତୁ