ପରଜଙ୍ଗ ବିଧ୍ୟାୟକଙ୍କୁ ପଞ୍ଚାୟତ ସମିତି ପକ୍ଷରୁ ସମ୍ବର୍ଦ୍ଧନା ଓ ସମୀକ୍ଷା ବୈଠକ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ସମିତିର 4ର୍ଥ ସାଧାରଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ନବ ନିର୍ବାଚିତ ବିଧାୟକ ବିଭୁତି ଭୂଷଣ ପ୍ରଧାନଙ୍କୁ ପଞ୍ଚାୟତ ସମିତିପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ବୈଠକ ଗୃହକୁ ପାଛୋଟି ନେଇଥିଲେ l ସେଠାରେ ବିଡ଼ିଓ ସଂଜୀବ ପଣ୍ଡା, ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ବୈଠକ ଆରମ୍ଭ କରିଥିଲେ l

ଏହି ବୈଠକରେ ସମସ୍ତ ବିଭାଗର ଅଧିକାରୀ ଓ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି ମାନେ ନିଜର ପରିଚୟ ପ୍ରଦାନ କରିବା ପରେ ବୈଠକ ଆରମ୍ଭ ହୋଇଥିଲା l ପ୍ରଥମେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଆଦି ସମସ୍ୟା ବିଷୟରେ ବିସ୍ତୃତ ଭାବେ ସମୀକ୍ଷା ହେବା ପରେ ବିଭିନ୍ନ ଭିବାଗର କାର୍ଯ୍ୟର ଗ୍ରଗତି ଉପରେ ବିଭାଗୀୟ ଅଧିକାରୀ ମାନେ ନିଜର ତଥ୍ୟ ଉପସ୍ଥାପନା କରିଥିଲେ l

ଏହା ପରେ ବ୍ଲକକୁ ଜିଲ୍ଲା ତଥା ରାଜ୍ୟରେ କିପରି ଏକ ନମ୍ୱର କରିହେବ ସେନେଇ ସମସ୍ତ ବିଭାଗର ଅଧିକାରୀ ଓ ଲୋକପ୍ରତିନିଧି ମାନେ ଏକ ହୋଇ କାର୍ଯ୍ୟକାରିବାକୁ ବିଧାୟକ ପରାମର୍ଶ ଦେଇଥିଲେ l ଏହ ବୈଠକରେ ପରଜଙ୍ଗ ପଞ୍ଚାୟତ ସମିତି ଅଧକ୍ଷା ଶର୍ମିଷ୍ଠା ଦଳବେହେରା, ଉପଧକ୍ଷା ଯଶସ୍ୱିନୀ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, ଜିଲ୍ଲାପରିଷଦ ସଭ୍ୟ ନିରାକାର ପ୍ରଧାନ, ରୁନୁ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ l


ସେୟାର କରନ୍ତୁ