ରାଜଗାଙ୍ଗପୁରରେ ରାହୁଲଙ୍କ ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’, ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ

ରାଜନୀତି
ସେୟାର କରନ୍ତୁ

ସୁନ୍ଦରଗଡ଼: ଆଜି ହେଉଛି ଭାରତ ଯୋଡ ନ୍ୟାୟ ଯାତ୍ରାର ଦ୍ବିତୀୟ ଦିନ । ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଉରକେଲାରୁ ଆସି ନିର୍ଦ୍ଧାରିତ ସମୟ ପୂର୍ବରୁ ଦିନ ସାଢେ 11ଟାରେ ରାଜଗାଙ୍ଗପୁରରେ ପହଞ୍ଚିଥିଲେ । ତାଙ୍କୁ ଆଦିବାସୀଙ୍କ ମାଦଳ ବାଜାର ତାଳେ ତାଳେ ହଜାର ହଜାର କଂଗ୍ରେସ କର୍ମୀ ଓ ସାଧାରଣଜନତା ଭବ୍ୟ ସ୍ବାଗତ କରିଥିଲେ । ଶ୍ରୀ ଗାନ୍ଧୀ ଏଠାରେ ମଧ୍ୟାହ୍‌ଣ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ ରାଣୀବନ୍ଧ ଛକରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ । ଏହା ପରେ ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଏହା ପରେ ରାହୁଲ କୁତ୍ରା, ବଡ଼ଗାଁ, ସୁନ୍ଦରଗଡ ଅଭିମୁଖେ ବାହାରିଥିଲେ ।


ସେୟାର କରନ୍ତୁ