5 ଦିନ ମଧ୍ୟରେ ରାଜ୍ୟରେ ବିଶେଷ ବଡ଼ ବର୍ଷା ନାହିଁ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତରପ୍ରଦେଶର ସାମାରାମ ନିକଟରେ ରହିଥିବାରୁ ଓଡ଼ିଶାରୁ ବର୍ଷା କମିଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବଙ୍ଗୋପସାଗରରେ କୌଣସି ନୂଆ ସିଷ୍ଟମ ସୃଷ୍ଟି ହେବାର ସଙ୍କେତ ମିଳୁ ନାହିଁ । ଓଡ଼ିଶା ଉପରେ ଏବେ ମୌସୁମୀ ସକ୍ରିୟ ରହିଥିଲେ ମଧ୍ୟ ଆସନ୍ତା 5 ଦିନ ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ।

ଭଦ୍ରକରୁ ସୁବର୍ଣ୍ଣପୁର ଜିଲ୍ଲାକୁ ସଂଯୋଗ କରୁଥିବା‌ ସରଳରେଖାର ଉତ୍ତରରେ ପ୍ରାୟ 40ରୁ 45 ମିମି ବର୍ଷା ଏବଂ ଦକ୍ଷିଣରେ 20ରୁ 30 ମିମି ବର୍ଷା ହେବ ନାହିଁ । ଦକ୍ଷିଣରେ ଏହି ବର୍ଷା ବିକ୍ଷିପ୍ତ ହେବ । କେତେକ ସ୍ଥାନରେ ଶୁଖିଲା ରହିବ । ବିଶେଷ ବର୍ଷା ନଥିବାରୁ ଅଣଜଳସେଚିତ ଜମିରେ ପାଣିର ଅସୁବିଧା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରାନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ହେଉଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପରବର୍ତ୍ତୀ 72 ଘଣ୍ଟା ମଧ୍ୟରେ ସେଭଳି ବର୍ଷା ନାହିଁ । ଜୁନ୍‌ ପହିଲାରୁ ଅଗଷ୍ଟ 8 ଅର୍ଥାତ୍‌ ମୌସୁମୀ ସମୟରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗିରହିଛି । ଏହି ସମୟ ମଧ୍ୟରେ 656.8 ମିମି ବର୍ଷା ହେବାକୁ ଥିବା ବେଳେ ଆଜି ସୁଦ୍ଧା 614.8 ମିମି ହୋଇଛି ।


ସେୟାର କରନ୍ତୁ