‘ଝଲକ ଦିଖଲାଜା’ ନୂଆ ରୂପରେ ସଜେଇ ହୋଇ ଆସୁଛି

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଅପକମିଂ ସସପେନ୍ସ ଥ୍ରୀଲର ଫିଲ୍ମ ‘ଦ ବଡି’ର ନୂଆ ଗୀତ ରିଲିଜ୍ ହୋଇଛି । ପୂର୍ବରୁ ରିଲିଜ୍ ହୋଇଥିବା ଏକ ଗୀତ ଏବଂ ଟ୍ରେଲରକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ଏବେ ଏହି ନୂଆ ଗୀତଟି ମଧ୍ୟ ଲୋକପ୍ରିୟ ହେବାରେ ଲାଗିଛି । ଏବେ ଫିଲ୍ମରେ ନୂଆ ଡ୍ୟାନ୍ସ ଗୀତ ‘ଝଲକ ଦିଖଲାଜା’ ନୂଆ ରୂପରେ ସଜେଇ ହୋଇ ଆସିଛି ।

ପୂର୍ବରୁ ହୋଇଥିବା ହିମେଶ ରେଶମିୟାଁଙ୍କ ଗୀତକୁ ଏହି ସିନେମା ପାଇଁ ରିକ୍ରିଏଟ୍ କରାଯାଇଛି । ତେବେ ଏହାକୁ ନୂଆ ରୂପରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ତନିଷ୍କ ବାଗଚି । ତେବେ ଏହି ଗୀତକୁ ପାର୍ଟି ଥିମକୁ ନେଇ ପ୍ରସ୍ତୁତ କରିଅଛନ୍ତି ମେକର୍ । ଇମ୍ରାନ ହାସମୀ ଏଥିରେ ନଜର ଆସୁଛନ୍ତି ।

ହିମେଶ ରେଶମିୟାଁ ଏଥିରେ କଣ୍ଠଦାନ କରିଛନ୍ତି । ୟୁଟ୍ୟବରେ ଏହି ଗୀତକୁ ଜାରି କରାଯିବା ପରେ ଲଗାତାର ଏହାର ଶ୍ରୋତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫିଲ୍ମରେ ସସପେନ୍ସ ଓ ଥ୍ରୀଲର ଭରପୁର ମାତ୍ରାରେ ରହିଛି । ଏଥିରେ ଋଷି କପୁର୍ ଓ ଇମ୍ରାନଙ୍କ ଦମଦାର ଅଭିନୟ ପ୍ରଦର୍ଶନ କରିଅଛନ୍ତି ।

ତେବେ ଏଥିରେ ନୂଆ ଚେହେରା ବେଦିକା ଓ ଶୋଭିତା ଫିମେଲ ଲିଡରେ ଅଭିନୟ କରୁଛନ୍ତି । ଫିଲ୍ମର ପ୍ରଯୋଜନା ସୁନୀର ଖେତରପାର କରିଛନ୍ତି । ତେବେ ଏହାର ନିର୍ଦେଶନା ଭାର ତୁଲାଇଛନ୍ତି ଜିତ ଯୋଶେଫ । ଏହି ଫିଲ୍ମ ‘ଦ ବଡ଼ି’ ଡିସେମ୍ବର 13ରେ ପରଦାକୁ ଆସିବ ।


ସେୟାର କରନ୍ତୁ