ମୌଳିକ ସୁବିଧାରୁ ବଞ୍ଚିତ ବୃଦ୍ଧା ମହିଳା ବାଳବତୀ, ଝୁମ୍ପୁଡି ଚାଳିଆରେ ବିତୁଛି ଦିନ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପିତିରି ପଞ୍ଚାୟତ ପଡିଆଭଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଅବହେଳିତ ଦୃଶ୍ୟ  । ବାଳବତୀ    ନାମରେ ଜଣେ 84 ବର୍ଷୀୟା ଅସହାୟ ବୃଦ୍ଧା ମହିଳା ବସବାସ କରୁଛନ୍ତି । ବାଳବତୀ ଏପରି ଅବସ୍ଥାରେ କାଳାତିପାତ କରୁଛନ୍ତି ଆଖିରେ ନଦେଖିଲେ କେହି ବିଶ୍ୱାସ କରି ପାରିବେ ନାହିଁ । ପରିଣତ ବୟସରେ ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଘର ଖଣ୍ଡିଏ ପାଇବା ପାଇଁ ବାଳବତୀଙ୍କ ପାଇଁ ସ୍ୱପ୍ନ ହୋଇ ଥିବାବେଳେ,  ଝୁମ୍ପୁଡ଼ିରେ କିପରି ଦିନ କାଟୁଛନ୍ତି ତାହା ସହି ହେବନି ।

ପଡିଆଭଙ୍ଗା ଗୋଷ୍ଠୀ କେନ୍ଦ୍ର ର ରହିଥିବା  ଘରର ବାହାର କାନ୍ଥ ରେ  ବାଳବତୀ ବରଡା ଛପର କରି ଏହାରି ଭିତରେ ଆଶ୍ରୟ ନେଉଛନ୍ତି । ଏହି ବରଡା ଛପର ଘର ନିରାପଦ  ନଥିବା ବେଳେ ମୁଣ୍ଡ ବାଜିବା ଅବସ୍ଥାରେ  କୁଡ଼ିଆ ଭିତରେ ଦିନ କାଟୁଛନ୍ତି ବାଳବତୀ । ସରକାରୀ ସୁବିଧା 5କିଲୋ ଚାଉଳ ଓ ଭତ୍ତାରେ ସୀମିତ ରହିଥିବା ବେଳେ ଆବାସ ଘର ଖଣ୍ଡିଏ ପାଇବା ପାଇଁ ସ୍ୱପ୍ନ ହୋଇ ରହିଯାଇଛି ତlଙ୍କ ପାଇଁ ।

ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ବାଳବତୀଙ୍କ ପାଇଁ ଆବାସ ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନଙ୍କୁ  ନିବେଦନ କରିଛନ୍ତି । ତୁରନ୍ତ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି  ।


ସେୟାର କରନ୍ତୁ