ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସରେ ମନେ ପକାଇଛି ସାରା ଦେଶ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅଟେ । ଓଡ଼ିଶାରେ ବିଜୁ ବାବୁଙ୍କ ଲୋକପ୍ରିୟତାରେ ଶିଖର ଛୁଇଁଥିଲେ । ତେବେ ଆଜି ମଧ୍ୟ ବିଜୁ ପଟ୍ଟନାୟକଙ୍କ ପ୍ରତି ସାଧାରଣ ଓଡ଼ିଆର ଭଲ ପାଇବା ଟିକିଏ ବି ମଳିନ ପଡିନାହିଁ। ବିଜୁ ବାବୁଙ୍କ କଥା କହିଲା ବେଳେ ସାଧାରଣରେ ଲୋକେ ଧାରଣା କରି ବସନ୍ତି ଯେ ରାଜନୀତିରେ ହିଁ କେବଳ ସେ ବିଶେଷ ସକ୍ରିୟ ଥିଲେ ।

ହେଲେ ବିଜୁ ପଟ୍ଟନାୟକ ଥିଲେ ଜଣେ ବ୍ୟାପ୍ତ ପ୍ରତିଭାର ମଣିଷ । ତାଙ୍କର ବ୍ୟସ୍ତ ବହୁଳ ଜୀବନ ଅନେକ ଦିଗକୁ ଛୁଇଁଥିଲା। ଖେଳ ଦୁନିଆ ସହିତ ବିଜୁ ବାବୁଙ୍କର ଯେଉଁ ସମ୍ପର୍କ ଥିଲା ତଥା ଖେଳାଳି ଓ ଖେଳ ପ୍ରଶାସକ ଭାବରେ ତାଙ୍କର ଯେଉଁ ଅବଦାନ ରହିଥିଲା ତାହାକୁ ଦେଖି ଯୁଗ ପ୍ରବର୍ତ୍ତକ ଭାବେ କହିଲେ କୌଣସି ପ୍ରକାରରେ ଭୁଲ୍‍ ହେବ ନାହିଁ । ଜଣେ ଉଚ୍ଚକୋଟୀର ଖେଳାଳି, ଅତ୍ୟନ୍ତ ସଫଳ କ୍ରୀଡ଼ା ପ୍ରଶାସକ ସହ ସେ ଥିଲେ ଆମ ଓଡ଼ିଶା ପାଇଁ ଦୁଃସାହସିକ କ୍ରୀଡ଼ାର ମଧ୍ୟ ପଥ ପ୍ରଦର୍ଶକ ଥିଲେ ।

ତେବେ ଏହାକୁ ଆଜି ନିରାଡ଼ମ୍ବର ଭାବେ ପାଳନ କରୁଛି ବିଜେଡି । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି ।


ସେୟାର କରନ୍ତୁ