ରାଜ୍ୟରେ ହାତୀଙ୍କ ସଂଖ୍ୟା କେତେ ଏହା ଉପରେ କାଲି ଆସିବ ବିସ୍ତୃତ ତଥ୍ୟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଶୀତକାଳୀନ ହାତୀ ଗଣନା କାର୍ଯ୍ୟ ସମାପ୍ତ ହୋଇଛି । ଆସନ୍ତାକାଲି ଏନେଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏଭଳି ସୂଚନା ଦେଇଛନ୍ତି ।
ସେ କହିଛନ୍ତି,ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେଭଳି କୌଣସି ହାତୀ ଦୁଇ ଥର ଗଣତି ନ ହୁଏ, ଫିଲ୍ଡ ଡାଟାର ତାଳମେଳ କରାଯାଉଛି, ଜିପିଏସ୍ କୋର୍ଡିନେଟ କରାଯାଉଛି । ଖରାଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀଗୁଡ଼ିକ ଅଭୟାରଣ୍ୟ ଭିତରେ ଥିଲେ, ଏବେ ସେଗୁଡ଼ିକ ଜନବସତିମୁହାଁ ହୋଇଛନ୍ତି । ସେସବୁ ତଥ୍ୟ ଏକାଠି କରାଯାଉଛି । ଆସନ୍ତାକାଲି ସୁଦ୍ଧା ପ୍ରସ୍ତୁତ ହେବ ସମ୍ପୂର୍ଣ୍ଣ ରିପୋର୍ଟ ।

ଏହାପରେ କୁହାଯାଇପାରିବ, ରାଜ୍ୟର ବିଭିନ୍ନ ଜଙ୍ଗଲରେ କେତେ ହାତୀ ଅଛନ୍ତି ଓ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି । ଯେପର୍ଯ୍ୟନ୍ତ ରିପୋର୍ଟ ଚୂଡ଼ାନ୍ତ ହୋଇନି, ରାଜ୍ୟରେ କେତେ ହାତୀ କହିବା କେବଳ ଏକ ଆକଳନ ହେବ । ଆଜି ରିପୋର୍ଟ ଚୂଡ଼ାନ୍ତ ହେଉଛି, କାଲି ସନ୍ଧ୍ୟା ସୁଦ୍ଧା କୁହାଯାଇ ପାରିବ ରାଜ୍ୟରେ କେତେ ହାତୀ ଅଛନ୍ତି ।
ସୂଚନା ଥାଉକି, ଗତ ଗଣନାରେ ରାଜ୍ୟରେ 2098 ହାତୀ ଥିଲେ ।


ସେୟାର କରନ୍ତୁ