ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ବୌଦ୍ଧ ଜିଲ୍ଲା ପଲସାପଦର ଗାଁର ଭରତ ବଗର୍ତି । ଖବର ପାଇ ବନବିଭାଗ କର୍ମଚାରୀ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟରେ ବୌଦ୍ଧ ଡିଏଫଓ ଯଶବନ୍ତ ସେଠୁ କହିଛନ୍ତି ଯେ, ହାତୀ ଆକ୍ରମଣରେ ଆଜି ଭରତଙ୍କର ମୃତ୍ୟୁ ଘଟିଛି । ୱାଇଲ୍ଡ ଲାଇଫ ପାଣ୍ଠିରୁ ମୃତକଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯିବ ବୋଲି ସେ କହିଛନ୍ତି ।

ସୂଚନା ମୁତାବକ, ଭରତ ମଙ୍ଗଳବାର ସକାଳୁ ଶୌଚ ହେବା ଲାଗି ଘରୁ ବାହାରକୁ ଯାଇଥିଲେ । ତେବେ ଏହି ସମୟରେ ସେ ଦନ୍ତା ହାବୁଡ଼ରେ ପଡିଥିଲେ । ଦନ୍ତା ଗୋଡ଼ ତଳେ ଆସିଯିବାରୁ ହାତୀଟି ତାଙ୍କୁ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେ ଆଖି ବୁଜିଥିଲେ । ସ୍ଥାନୀୟ ଲୋକେ ଭରତ ପଡିଥିବା ଦେଖି ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ।


ସେୟାର କରନ୍ତୁ