ଥଣ୍ଡା ପବନ ଯୋଗୁଁ ଆଦ୍ରତା କମୁଛି, ଚର୍ମ ଶୁଖିବାରୁ ଫାଟୁଛି ଦେହ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମୁମ୍ବାଇ : ବର୍ତମାନ ଆରମ୍ଭ ଗଲାଣି ଶୀତ ଦିନ । ଦିନ ସାରା ବୋହୁଛି ଥଣ୍ଡା ପବନ । ଦେହ ହାତ ଶୀତରେ ଥରି ଯାଉଛି । ରାତି ହେଲେ ତାପମାତ୍ରା 15ରୁ 16 ଡିଗ୍ରୀ ରହୁଛି । ଶୀତ ଓ ଥଣ୍ଡା ପବନ କାରଣରୁ ବାୟୁମଣ୍ଡଳରେ କମୁଛି ଆର୍ଦ୍ରତା । ଚର୍ମ ଶୁଷ୍କ ହେବା ସହ ଲୋକଙ୍କ ଦେହ ଫାଟିବା ଆରମ୍ଭ ହେଲାଣି । ଏମିତି କି ରୁପି ସମସ୍ୟା ମଧ୍ୟ ଦେଖାଯାଉଛି ।

ଚଳିତ ବର୍ଷ ଶରୀର ଶୁଷ୍କ ହେବା କିମ୍ବା ଚର୍ମ ଫାଟିବାର କାରଣ ହେଉଛି ବାୟୁମଣ୍ଡଳରେ ଜଳୀୟବାଷ୍ଫ ମାତ୍ରା କମିଯିବା । ଆଣ୍ଡାମାନ ଓ ତାମିଲନାଡୁ ଉପକୂଳରେ ବହୁ ପରିମାଣରେ ଲଘୁଚାପ ଘନୀଭୂତ ହେଉଛି । ସେଥିପାଇଁ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରୁ ପବନର ମାତ୍ରା ଅଧିକ ହେଉଛି । ଏଥିପାଇଁ ଶରୀରରୁ ଜଳୀୟ ଅଂଶ ବାଷ୍ଫ ହୋଇଯାଉଛି । ଏହାଦ୍ୱରା ଚର୍ମ ଶୁଷ୍କ ଲାଗୁଛି । ପୂର୍ବ ବର୍ଷ ଗୁଡିକରେ ପବନର ମାତ୍ରା ପ୍ରାୟ ଅଧିକ ରହୁନଥିଲା ଏବଂ ଲଘୁଚାପ ଅଧିକ ନ ଥିଲା । ଯାହା ଫଳରେ ଏହି ସମସ୍ୟା ଦେଖାଯାଉନଥିଲା ।

ଏବେ ବାୟୁମଣ୍ଡଳର ଆର୍ଦ୍ରତା ଦିନ ବେଳା 20ରୁ 30 ପ୍ରତିଶତ ରହୁଛି । ଏହା 40ରୁ ଅଧିକ ରହିଲେ ଶରୀର ଶୁଷ୍କ ହୋଇନଥାଏ । ଶୀତ ଦିନରେ ସମୁଦ୍ର ପଟୁ ପବନ ଆସୁନାହିଁ । ସ୍ଥଳ ଭାଗରୁ ପବନ ଆସୁଛି । ଏହି ପବନ ଜଳୀୟବାଷ୍ଫ ଟାଣି ନେଇଯାଉଛି । ଦିନ 11ଟା ପରେ 25ରୁ 30 ପ୍ରତିଶତ ଆର୍ଦ୍ରତା ରହୁଛି । ଏହା ହାତଗୋଡ଼ ଶୁଷ୍କ ହେବାର ମୁଖ୍ୟ କାରଣ । ଶୁଷ୍କତା କିମ୍ବା ରୁକ୍ଷତାରୁ ଶରୀରକୁ ରକ୍ଷା କରିବା ଲାଗି ଭଲ ମଇଶ୍ଚରାଇଜର୍‌ ଲଗାଇବା ଜରୁରି । ନଡ଼ିଆ ତେଲ ମଧ୍ୟ ଏକ ଉତ୍ତମ ମଇଶ୍ଚରାଇଜର । ଥଣ୍ଡା ଯୋଗୁଁ ବାରମ୍ବାର ଉଷୁମ ପାଣିରେ ଗାଧୋଇବା ଉଚିତ ନୁହେଁ । ଯଥେଷ୍ଟ ପାଣି ପିଇବା ସହ ପାଣି ଜାତୀୟ ଫଳ ଖାଇବା ଜରୁରି । ସେହିପରି ଦିନକୁ ଅତି କମ୍‌ରେ ଦୁଇ ଲିଟର୍‌ ପାଣି ପିଇବା ଆବଶ୍ୟକ ।


ସେୟାର କରନ୍ତୁ