ସତସଙ୍ଗ କଲେ ଓ କୁସଙ୍ଗ କଲେ କଣ ମିଳେ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ବାସ୍ତବ କଥାକୁ ମାନି ନେବାହିଁ ସତସଙ୍ଗ । ସତସଙ୍ଗରେ ଯେତେ ଉର୍ନତି ହୁଏ ଏକାନ୍ତରେ ବସି ସାଧନା କଲେ ସେତେ ଉର୍ନତି ହୋଇ ନଥାଏ ।

ଶରୀର ଓ ସଂସାର ସହିତ ସମ୍ବନ୍ଧ ମାନିବା ହିଁ କୁସଙ୍ଗ । ପ୍ରତେକ ପରିସ୍ଥିତିରେ ପ୍ରଶନ ରହିବାର ବିଦ୍ୟା ସତସଙ୍ଗରୁ ହିଁ ମିଳିଥାଏ ।

ବ୍ୟବସାୟରେ ଲାଭ ଓ କ୍ଷତି ଉଭୟ ହୋଇଥାଏ କିନ୍ତୁ ସତସଙ୍ଗରେ କେବଳ ଲାଭ ହିଁ ହୋଇଥାଏ, କ୍ଷତିର ପ୍ରଶ୍ନ ହିଁ ନାହିଁ ।

ବର୍ଷ ବର୍ଷ ଧରି ସାଧନା କରିବା ସତ୍ୱେ ଯେଉଁ ତତ୍ୱ ମିଳେ ନାହିଁ ତାହା ସତସଙ୍ଗରୁ ତତ୍କାଳ ମିଳିଥାଏ ।

ସତସଙ୍ଗରେ ଗୁଢ଼ତତ୍ଵକୁ ମହତ୍ୱ ଦେଲେ ଆନ୍ତରିକ ବୃତି ଗୁଡିକରେ ବହୁତ ପରିବର୍ତ୍ତନ ଦେଖାଦେଇଥାଏ ଏବଂ ବିକାର ଆପଣା ଛାଁଏ ନଷ୍ଟ ହେବାକୁ ଲାଗେ ।

ସଂସାରରୁ କିଛି ପାଇବାର ଇଛା ଜଗିବା ମାତ୍ରେ କୁସଙ୍ଗ ଆରମ୍ଭ ହୋଇଯାଏ । ଈଶ୍ୱର,ପରଲୋକ ଓ ଧର୍ମକୁ ମାନୁ ନଥିବା ନାସ୍ତିକର ସଙ୍ଗ ସବୁଠାରୁ ପତନ କାରକ ।

ସତସଙ୍ଗ, ସଦବିଚାର, ସଦଗ୍ରନ୍ଥ ଓ ଦୁଃଖ ଏମାନେ ବିବେକି ବ୍ୟକ୍ତି ପାଇଁ ସଂସାରରୁ ସମ୍ବନ୍ଧ ତୁଟାଇବାରେ ସହାୟକ ହୋଇଥାନ୍ତି ।

ସାଧନା କରିବା ନିଜେ ଧନ ରୋଜଗାର କରିବା ସଙ୍ଗେ ସମାନ ଏବଂ ସତସଙ୍ଗ କରିବା କୌଣସି ଧନୀ ଲୋକର ପୋଷ୍ୟପୁତ୍ର ହୋଇଯିବା ସଙ୍ଗେ ସମାନ ।

ପୋଷ୍ୟପୁତ୍ର ହେଉଥିବା ପିଲାଙ୍କୁ ଯେପରି ଧନୀର ଉପାର୍ଜିତ ସମସ୍ତ ଧନ ଅନାୟାସରେ ମିଳିଯାଏ ସତସଙ୍ଗକୁ ଯିବା ଦ୍ୱାରା ସେହିପରି ସାଧନା ନକରି ମଧ୍ୟ ଆପେ ଆପେ ସାଧନା ହେବାକୁ ଲାଗେ ।


ସେୟାର କରନ୍ତୁ