ପରଜଙ୍ଗ : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁଆଳୋ ଅଷ୍ଟଶମ୍ଭୁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷତାରେ ଗୁରୁବାର ଦିନ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ବ୍ଲକ ଉପାଧ୍ୟକ୍ଷା ଯଶଶ୍ଵିନୀ ରାଉତ, ଅନୁଷ୍ଠାନର ଅଧ୍ୟାପକ ପ୍ରଦୀପ୍ତ କୁମାର ତ୍ରିପାଠୀ, ପଞ୍ଚାୟତ ସରପଞ୍ଚ ଅଜିତ୍ କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
ବର୍ତ୍ତମାନ ସମାଜରେ ପାଠ ପଢା ସାଙ୍ଗକୁ ଖେଳ କସରତ ନିତ୍ୟାନ୍ତ ଅପରିହାର୍ଯ୍ୟ ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ବର୍ଷ ତମାମ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଓ କ୍ରୀଡାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ପୁରସ୍କାର ବିତରଣ କରିଥିଲେ ଖେଳ ଶିକ୍ଷକ ଶ୍ରବଣ କୁମାର ବାରିକ ଖେଳ ପରିଚାଳନା ହୋଇଥିବା ବେଳେ ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ ।
ଅଧ୍ୟାପିକା ଦିଲେଶ୍ୱରୀ ଶତପଥୀ ଅତିଥି ପରିଚୟ ଦେଇ ମଞ୍ଚ ସଞ୍ଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।ପରିଶେଷରେ ଛାତ୍ର ଛାତ୍ରୀ ରଙ୍ଗାରଙ୍ଗ ପରିବେଷଣ କରିଥିଲେ ।