ରାଜ୍ୟରେ ସୁସ୍ଥ ହେଲେ 290 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 6224

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 290 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 6224ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 290 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 99 ଜଣ ଥିବା ବେଳେ ଗଜପତିରୁ 56 ଜଣ, ଝରସୁଗୁଡାରୁ 33 ଜଣ, କଟକରୁ 16 ଜଣ, ନବରଙ୍ଗପୁରରୁ 16 ଜଣ, ବାଲେଶ୍ୱରରୁ 15 ଜଣ, ସମ୍ବଲପୁରରୁ 11 ଜଣ, ଖୋର୍ଧାରୁ 10 ଜଣ, ମୟୂରଭଞ୍ଜରୁ 8 ଜଣ, କେଉଁଝରରୁ 6 ଜଣ, ପୁରୀରୁ 6 ଜଣ, ଜଗତସିଂପୁରରୁ 5 ଜଣ, ନୟାଗଡରୁ 3 ଜଣ, ବରଗଡ 2 ଜଣ, କୋରାପୁଟରୁ 2 ଜଣ ଜଣ ଏବଂ ଯାଜପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।


ସେୟାର କରନ୍ତୁ