ପରଜଙ୍ଗ : ପରଜଙ୍ଗ ପଞ୍ଚାୟତ ଜହ୍ନାପଡ଼ା ଗ୍ରାମ ଖେଳ ପଡିଆରେ ମା’ ଗ୍ରାମେଶ୍ୱରୀ କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ୩ ଟି ପର୍ଯ୍ୟାୟ ବିଶିଷ୍ଟ ଫାଇନାଲ ମ୍ୟାଚ ପରଜଙ୍ଗ କ୍ରିକେଟ କ୍ଲବ୍ ଓ ତାଳଚେର ବଡଯୋରାଡା କ୍ରିକେଟ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ପଡ଼ିଆର ପ୍ରଥମ ମ୍ୟାଚ ୧୦ ଓଭର ଖେଳ ଅନୁଷ୍ଠିତ ହୋଇଥିବା ବେଳେ ପରଜଙ୍ଗ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ଶେଷ ସୁଦ୍ଧା ୪ ୱିକେଟ ହରାଇ ୧୧୦ ରନ ସଂଗ୍ରହ କରିଥିବା ବେଳେ ଜବାବରେ ବଡଯୋରଡା ଟିମ୍ ୧୦ ଓଭର ଶେଷ ସୁଦ୍ଧା ୮ ୱିକେଟ ହରାଇ ୮୭ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ ।
ପଡ଼ିଆର ଦ୍ଵିତୀୟ ମ୍ୟାଚ ୮ ଓଭର ବିଶିଷ୍ଟ ଖେଳ ଅନୁଷ୍ଠିତ ହୋଇଥିଲା । ବଡଯୋରଡା ଟିମ୍ ପ୍ରଥମେ ବ୍ୟାଟିଂ କରି ୮ ଓଭର ଶେଷ ସୁଦ୍ଧା ୭ ୱିକେଟ ହରାଇ ୧୧୮ ରନ ସଂଗ୍ରହ କରିଥିଲେ ,ଏହାର ଜବାବରେ ପରଜଙ୍ଗ ଟିମ୍ ୮ ଓଭର ଶେଷ ସୁଦ୍ଧା ୫ ୱିକେଟ ହରାଇ ୮୬ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ତୃତୀୟ ତଥା ଅନ୍ତିମ ମ୍ୟାଚ ୨ ଓଭର ବିଶିଷ୍ଟ ଖେଳ ଅନୁଷ୍ଠିତ ହୋଇଥିଲା । ପରଜଙ୍ଗ ଟିମ୍ ପ୍ରଥମେ ବ୍ୟାଟିଂ କରି ୨ ଓଭରରେ ୨ ୱିକେଟ ହରାଇ ୨୯ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ବଡଯୋରଡା ଟିମ୍ ୩ ୱିକେଟ ହରାଇ ୨୬ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ଫଳରେ ପରଜଙ୍ଗ ଟିମ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ।
ଉଦଯାପନୀ ଉତ୍ସବରେ ଅଞ୍ଚଳର ଜଣାଶୁଣା ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଜହ୍ନାପଡ଼ା ଗ୍ରାମର ତଅଁଳୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରଜଙ୍ଗ ଗ୍ରାମର ସଭାପତି ଶାନ୍ତନୁ କୁମାର ସାମଲ ଓରଫ ଜିତୁ, ସାନଭି ହୋଲସେଲିଂ ସେଣ୍ଟର ପ୍ରୋପାଇଟର ବିଶ୍ୱଜିତ୍ ନାୟକ ଓରଫ୍ ଲିଲୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମ୍ୟାନ ଅଫ ଦି ମ୍ୟାଚ୍, ମ୍ୟାନ ଅଫ ଦି ସିରିଜ ପରଜଙ୍ଗ ଟିମ୍ ସପକ୍ଷରେ ଯାଇଥିବା ବେଳେ ବେଷ୍ଟ ବୋଲର ଓ ବେଷ୍ଟ ବ୍ୟାଟ୍ସମ୍ୟାନ୍ ବଡଯୋରଡା ଟିମ୍ ସପକ୍ଷରେ ଯାଇଥିଲା ।