ଅମୀରଙ୍କ ଝିଅ ଇରା ଖାନ୍‌ଙ୍କ ଫଟୋ, ସୋସିଆଲ ମିଡ଼ିଆରେ ଭାଇରାଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ଷ୍ଟାର କିଡ୍ସମାନେ ସଦା ସର୍ବଦା ଚର୍ଚ୍ଚାରେ ଥାନ୍ତି । ଶାହରୁଖ ଖାନଙ୍କ ଝିଅଠୁ ଆରମ୍ଭ କରି ସୈଫଙ୍କ ଝିଅ ପର୍ଯ୍ୟନ୍ତ ଏମାନେ ଖୁବ ଲୋକପ୍ରିୟତା ହାସଲ କରୁଛନ୍ତି । କିନ୍ତୁ ଠିକ୍‌ ସେହିଭଳି ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଏଯାଏଁ ବଲିଉଡରେ ଡେବ୍ୟୁ କରିନାହାନ୍ତି ସତ ହେଲେ ସେ ମଧ୍ୟ ଅନ୍ୟ ଷ୍ଟାର କିଡ୍ସମାନଙ୍କ ଠାରୁ କିଛି କମ ଫେମସ ନୁହନ୍ତି । ଆମୀରଙ୍କ ପ୍ରଥମ ସ୍ତ୍ରୀ ରାନୀ ଦତ୍ତଙ୍କ ଝିଅ ହେଉଛନ୍ତି ଇରା ।

ଇରା ସୋସିଆଲ ମିଡିଆରେ ବହୁତ ସମୟ ଆକ୍ଟିଭ ରୁହନ୍ତି । ଅନ୍ୟ ଷ୍ଟାରକିଡ୍‌ ମାନଙ୍କଠାରୁ ଇରା ବହୁତ ଭିର୍ନ ଜଣାପଡନ୍ତି । ଇରା ଖାନ୍‌ ଆଜିକାଲି ନିଜ ବୋଲ୍ଡ ଫଟୋଶୁଟ୍‌ ନେଇ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କ ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନିକଟରେ ଇରା ଏକ ଫଟୋକୁ ଇଣ୍ଟରନେଟ୍‌ରେ ସେୟାର କରିଛନ୍ତି, ଯେଉଁଥିରେ ସେ ବ୍ୟାକ୍‌ଲେସ ଗାଉନ ପିନ୍ଧି ଥିବାର ଦୂର୍ଷ୍ୟରେ ଆସିଛନ୍ତି ।

ଭାଇରଲ ବ୍ୟାକ୍‌ଲେସ ଗାଉନରେ ଇରା ଖାନ
ଇରା ଖାନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଫଟୋକୁ ସେୟାର କରିଛନ୍ତି । ଏଥିରେ ଇରା ବାୟଲେଟ ବ୍ୟାକ୍‌ଲେସ ଗାଉନରେ ନଜର ଆସୁଛନ୍ତି । ଏହା ଗାଉନ ଥିଁଗ ହାଇ ସ୍ଲୀଟ ଅଟେ । ଏହି ଫଟୋ ସୁଟଟି ଇରା ଖାନ ଆଉଟ ଡୋର ଲୋକେସନରେ ସୁଟ କରିଥିବା ଜଣା ପଡୁଛି । ତାଙ୍କର ବ୍ୟାଗ୍ରାଉଣ୍ଡରେ ଏକ ସୁନ୍ଦର ଦୂର୍ଷ୍ୟ ଦେଖାଯାଉଛି । ଏହି ବ୍ୟାଗ୍ରାଉଣ୍ଡରେ ଏକ ସୁନ୍ଦର ପାହାଡି ଏବଂ ବାଦଲରେ ଭରା ଆକାଶର ଦୂର୍ଷ୍ୟ ଦେଖାଯାଉଅଛି ।


ସେୟାର କରନ୍ତୁ