ପରଜଙ୍ଗ : ମଙ୍ଗଳବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅନ୍ତର୍ଗତ ମୁକ୍ତାପସି ପ୍ରାଥମିକ କୃଷି ସମବାୟ ସମିତି ଲିଃରେ ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମିତିର ସଭାପତି କୃପାସିନ୍ଧୁ ସାହୁ ଫିତା କାଟି ଶୁଭ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ସମିତିର ସଭ୍ୟ ତଥା ପୂର୍ବତନ ସରପଞ୍ଚ ରଞ୍ଜନ କୁମାର ସେଠୀ ଓ ସଭ୍ୟ ପ୍ରାଣବନ୍ଧୁ ସାହୁ ଯୋଗ ଦେଇଥିଲେ ।

ତେବେ ମୁକ୍ତାପସି କୃଷି ସମବାୟ ସମିତିର ସେକ୍ରେଟେରୀ ନିରାକାର ବିଶ୍ୱାଳଙ୍କ ତତ୍ୱାବଧାନରେ ମିଲର ସନ୍ତୋଷୀ ଆଗ୍ରୋ ପକ୍ଷରୁ ଏହି ଧାନ କିଣା ହୋଇଥିଲା । ଏଥିରେ 13 ଜଣ ଚାଷୀଙ୍କ ଠାରୁ 400 କ୍ୱିଣ୍ଟାଲରୁ ଅଧିକ ଧାନ କିଣା ଯାଇଥିଲା । ସେହିପରି ଷ୍ଟାଫ ବାପୁନ ବିଶ୍ୱାଳ ଏବଂ ଅନ୍ୟାନ୍ୟ ଷ୍ଟାଫ ଓ ଚାଷୀମାନଙ୍କର ସହଯୋଗ ଦେଖିବାକୁ ମିଳିଥିଲା ।
