ମହାନଦୀ ବଞ୍ଚାଅ ପୋଷ୍ଟର ଲଗାଇବା ମହଙ୍ଗା ପଡିଛି ଯୁବକଙ୍କୁ, ଏବେବି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ମହାନଦୀ ବଞ୍ଚାଅ ପୋଷ୍ଟର ଲଗାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ରବିବାର ୧୧ କେଭି ତାର ସଂସ୍ପର୍ଶରେ ଆସି ବାଲିପାଟଣା ରାଜସ ଗାଁର ପବିତ୍ର ସ୍ୱାଇଁ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଶରୀରର ୭୫ ପ୍ରତିଶତ ପୋଡିଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି । ସେ ଏବେବି କଟକ ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।

ସୂଚନାଯୋଗ୍ୟ, ଧଉଳି ଥାନା ବାଲିପାଟଣା ରାଜସ ଗାଁର ପବିତ୍ର ଲିଙ୍ଗିପୁରରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ କାମ କରନ୍ତି । ସନ୍ଧ୍ୟାରେ ସେ ଦୋକାନକୁ ଯାଇଥିଲେ । ମହାନଦୀ ବଞ୍ଚାଅ ଏକ ପୋଷ୍ଟର ଦୋକାନ ସମ୍ମୁଖରେ ଥିବାରୁ ତାକୁ ଫର୍ଣ୍ଣିଚର ଦୋକାନ ଉପରେ ଲଗାଇବାକୁ ମାଲିକ କହିଥିଲେ । ଦୋକାନ ଉପରେ ଚଢ଼ି ପୋଷ୍ଟରକୁ ମାରୁଥିବା ସମୟରେ ଦୋକାନ ଉପରେ ଯାଇଥିବା ୧୧ କେଭି ତାରରେ ଲାଗି ସେ ଜଳିଯାଇଥିଲେ । ସ୍ଥାନୀୟ ଲୋକେମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସଂଗେ ସଂଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।


ସେୟାର କରନ୍ତୁ