ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ କଙ୍କିଳି ଗ୍ରାମ ଅନୁସୂଚିତ ଜାତି ସାହିରେ ଗୁରବାର ରାତିରେ ଅଗ୍ନି କାଣ୍ଡ ଘଟିଛି । ଅନୁସୂଚିତ ସାହିର ଟିକିଲି ପାତ୍ରଙ୍କ ଦୁଇ ବଖରା ଚାଳଛପର ଘର ପୋଡ଼ି ଛାର୍‌ଖାର୍ ହୋଇଯାଇଛି । ସୂଚନା ଅନୁଯାୟୀ, ରାତିରେ ଟିକିଲି ଶୋଇଥିବା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା ।

ପ୍ରଥମେ ଗ୍ରାମବାସୀ ନିଆଁକୁ ଆୟତ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁଲିଭାଇଥିଲେ । ଅଗ୍ନିକାଣ୍ଡରେ ସମସ୍ତ ଆବାସାପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିବିପନ୍ନ ଟିକିଲିଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।


ସେୟାର କରନ୍ତୁ