ରେଡିଓ ବସୁଧା ବେତାର କେନ୍ଦ୍ର ରେ ମନ କୀ ବାତ ଶୁଣିଲେ ସାଂସଦ ଓ ବିଧାୟକ

ରାଜ୍ୟ ଦେଶବିଦେଶ
ସେୟାର କରନ୍ତୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ଜିରିଡାମାଳୀ ସ୍ଥିତ ରେଡିଓ ବସୁଧା ଷ୍ଟୁଡିଓ ରେ ପ୍ରଧାନମନ୍ତ୍ରୀ ଙ୍କ ମନ କୀ ବାତ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶୁଣିଲେ ସାଂସଦ ଓ ବିଧାୟକ। ୩୧ ତାରିଖ ରବିବାର ଦିନ ୧୧ ଟା ସମୟରେ ଜିଲ୍ଲାର କାମାକ୍ଷାନଗର ଜିରିଡାମାଳୀ ଠାରେ ଥିବା ଢେଙ୍କାନାଳ ର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ବସୁଧା ୯୦ ଏଫ ଏମ୍ ଷ୍ଟୁଡିଓ ପରିସରରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ଓ ଜିଲ୍ଲା ବିଜେପି ସଭାପତି ରାସ ବିହାରୀ ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୩୪ ତମ ମନ କୀ ବାତ୍ କାର୍ଯ୍ୟକ୍ରମ ର ସିଧାପ୍ରସାରଣ ଶୁଣିଥିଲେ। ପରେ ଆର ଜେ ରାଜୁ ଙ୍କ ସଂଯୋଜନା ରେ ଏ ସମ୍ପର୍କୀତ ଏକ ଷ୍ଟୁଡିଓ ଆଲୋଚନା ରେ ସାଂସଦ ବିଧାୟକ ଅଂଶ ଗ୍ରହଣ କରି ଏଭଳି କାର୍ଯ୍ୟକ୍ରମ ଲୋକଙ୍କ ସମସ୍ଯା କୁ ସୁଯୋଗ ରେ ପରିଣତ କରିବ ବୋଲି କହିଥିଲେ। ଏଭଳି ଗୋଷ୍ଠୀ ବେତାର କେନ୍ଦ୍ର ସବୁ ଅପହଞ୍ଚ ଜାଗାରେ ହେବା ଦରକାର ବୋଲି ରାସ ବିହାରୀ ବେହେରା କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶାର ବେଲ ପଣା,ସ୍ବର୍ଣରେଖା ଆମ୍ଵ ଓ ଗଜିନ୍ଦର ଖେଳାଳୀ ଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିବା ସାଂସଦ ଉପସ୍ଥାପନ କରିବା ସହ ଏଭଳି କାର୍ଯ୍ୟକ୍ରମ ସମ୍ପର୍କରେ ସେ ଲିଖିତ ଭାବେ ପ୍ରଧାନମନ୍ତ୍ରୀ ଙ୍କ ଦପ୍ତର କୁ ଜଣାଇବାକୁ ପ୍ରତିଶ୍ରୁତି ରଖିବା ସହ ରେଡିଓ ବସୁଧା ର ସଫଳତା କାମନା କରିଥିଲେ। ବିଧାୟକ ଶତୃଘ୍ନ ଜେନା କହିଲେ ସାଧାରଣ ପ୍ରତିଭା ମାନେ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଜରିଆରେ ଏଭଳି କାର୍ଯ୍ୟକ୍ରମ ରେ ସ୍ଥାନୀତ ହୋଇପାରିବେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସବୁ ଜିନିଷ ବିଭିନ୍ନ ମାଧ୍ୟମ ଥିବା ସତ୍ତ୍ୱେ ରେଡିଓ ଏକ ସ୍ବତନ୍ତ୍ର ଓ ସୁବିଧା ଜନକ ତଥା ସୁଲଭ କାର୍ଯ୍ୟକ୍ରମ , ଏହାର ଉପାଦେୟତା ଲୋକଙ୍କ ପାଖରେ ପହଞ୍ଚିବ ବୋଲି ବିଭୂତି ପ୍ରଧାନ କହିଥିଲେ ।

ଶେଷରେ ସମସ୍ତ ଅତିଥି ରେଡିଓ ବସୁଧା ର ଏଭଳି ପଦକ୍ଷେପ କୁ ଭୂରି ପ୍ରଶଂସା କରିବା ସହ ଅନୁଷ୍ଠାନ ର ସଫଳତା କାମନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପବିତ୍ର ମୋହନ ବିଶ୍ୱାଳ,ରେଡ଼ିଓ ବସୁଧା ର ନିର୍ଦେଶକ ଶିଶିର ଶତପଥୀ, ସମ୍ପାଦକ ସରୋଜ ଶତପଥୀ,ଦୀପକ ମିଶ୍ର, ପ୍ରଦୀପ ବେହେରା,ସୁଶାନ୍ତ ପତି, ପ୍ରତିମା ବେହେରା, ସୁଚିତ୍ରା ବେହେରା, ତୁଳସୀ ବେହେରା, ବାଦଲ ମହାନ୍ତି, ପ୍ରଶାନ୍ତ ତ୍ରିପାଠୀ, ସୁଶୀଲ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ |


ସେୟାର କରନ୍ତୁ