ଢେଙ୍କାନାଳ : ଢେଙ୍କାନାଳ ସହରରେ ଆଜି ବିଭିନ୍ନ ଗୁଟଖା ଦୋକାନ ଉପରେ ଚଢାଉ କରାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଖାଦ୍ୟ ନିରାପତା ବିଭାଗ, ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ସହଯୋଗରେ ସହର ମଧ୍ୟରେ ଥିବା ବିଭିନ୍ନ ଗୁଡକା ଦୋକାନ ଉପରେ ଚଢାଉ କରାଯାଇଥିଲା ।
ବିଭିନ୍ନ ଦୋକାନରୁ ଗୁଡିକା ଜବତ କରାଯାଇଥିଲା । କିଛି ଦୋକାନୀ ଉପରେ ଜୋରିମାନା ଲଗାଯାଇ ଆଦାୟ କରାଯାଇଛି । କେବଳ ଛୋଟ ଦୋକାନ ଉପରେ ଚଢାଉ କରାଯାଉଥିବାରୁ ବିଭିନ୍ନ ସ୍ଥାନରେ ଏହାକୁ ଦୋକାନୀ ମାନେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି ।