କାମାକ୍ଷାନଗରରେ ବିଶ୍ୱ ପରିବେଶ ଦିବସ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : କାମାକ୍ଷାନଗର ତାଲୁକ ଆଇନ ସେବା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷା ଅତିରିକ୍ତ ଜିଲା ଦୌରା ଜଜ ଇତିଶ୍ରୀ ମାଳବିକା ଭୂୟାଁ ସଭାପତିତ୍ୱ କରି ବିଶ୍ୱ ପରିବେଶ ସଂପର୍କରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସୂଚନା ଦେଇଥିଲେ l ବରିଷ୍ଠ ଦେୱାନୀ ବିଚାରକ ମାମି ବେହେରା ଉପସ୍ଥିତ ଥିଲେ l ଏଇ ଅବସରରେ ପରିସରରେ ବିଭିର୍ନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓକିଲ ସଂଘର ସଦସ୍ୟ, ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l ଅଦାଲତ ର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l


ସେୟାର କରନ୍ତୁ