ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ପରଲୋକ

ରାଜ୍ୟ
ସେୟାର କରନ୍ତୁ

ଜଗତସିଂହପୁର : ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ଦେହାନ୍ତ ହୋଇଅଛି । ସେ 106 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ୟହ ଧାମ ତ୍ୟାଗ କରିଛନ୍ତି ।

ସୂଚନା ଥାଉକି, ବିଶ୍ଵନାଥ 17 ଜୁନ୍ 1917 ମସିହାରେ ଜଗତସିଂହପୁର ଜିଲ୍ଲା ଭଗବାନ ସିଣ୍ଢଳ ଗାଁରେ ଜନ୍ମଗ୍ରହଣ କରିଥିଲେ । ପିତା ଘନଶ୍ୟାମ ଦାସ ଓ ମାତା ବେଲ ଦେଇ ଅଟନ୍ତି । ପରେ ସେ ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ଅନୁପ୍ରାଣିତ ହୋଇ 16 ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକ ଥର କାରାବରଣ କରିଥିଲେ ବିଶ୍ଵନାଥ । ଦୁଇ ଦୁଇ ଥର ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବା ସହ ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଥିଲେ ବିଶ୍ଵନାଥ ।


ସେୟାର କରନ୍ତୁ