କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜାତୀୟ ସେବା ଯୋଜନା ଓ ଭାରତ ସ୍କାଉଟ ଗାଇଡ ଶାଖାର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧ୍ୟକ୍ଷ ପ୍ର. ଚିତ୍ତରଞ୍ଜନ ଦାଶ କର୍ଯକ୍ରମକୁ ଉଦଘାଟନ କରିବା ସହ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ପାଇଁ ବୃକ୍ଷ ରୋପଣ ଏକ ଅମୋଘ ଅସ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ ଓ ଏଥିସହ କିଭଳି ବ୍ୟକ୍ତି ମଧ୍ୟରେ ଜୀବନ କୌଶଳ ଦକ୍ଷତା ହାସଲ ହୋଇ ପାରିବ, ସେ ସମ୍ପର୍କରେ ସ୍ବେଛାସେବୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।
ବିଭିନ୍ନ ପ୍ରକାରର ଫଳ ଜାତୀୟ ଓ ଔଷଧୀୟ ପ୍ରଜାତିର ଚାରା ଗଛ ମହାବିଦ୍ୟାଳୟ ଓ ନବ ନିର୍ମିତ ଛାତ୍ରାବାସ ପରିସର ମଧ୍ୟରେ ରୋପଣ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶିକା ଡ଼ ସରୋଜ ଲକ୍ଷ୍ମୀ ସିଂ ମହାବିଦ୍ୟାଳୟ ପରିଦର୍ଶନ ରେ ଆସି ସ୍ବେଛାସେବୀ ଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ନିଜେ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ପ୍ରଦୀପ୍ତ କୁମାର ସାହୁ, ବିନୟ କୁମାର ଦାସ, ରୋଭର୍ ଲିଡର ଲଳିତ କୁମାର ବେହେରା ଓ ଶ୍ରଦ୍ଧାଞ୍ଜଳୀ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ମହାବିଦ୍ୟାଳୟର ବିଭିନ୍ନ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।