ଅଜଗର ଉଦ୍ଧାର

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ଜଟିଆ ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀ ପ୍ରବାହିତ ହୋଇଛି । ଏହି ନଦୀ କୂଳରେ ଗ୍ରାମର ପଣାଦିଆ ସାହି ରହିଛି । ସାହି ନିକଟରେ ବଣ ଜଙ୍ଗଲ ଥିବାରୁ ଏଠାରେ ମାଙ୍କଡ ମାନଙ୍କ ଉପଦ୍ରବ ସବୁବେଳେ ଦେଖିବାକୁ ମିଳିଥାଏ ।

ତେବେ ଏହି ଜଙ୍ଗଲରେ ଏକ 8 ଫୁଟ ଲମ୍ବର ଏକ ଅଜଗର ସାପ ରହିଥିଲା । ମାଙ୍କଡ ମାନେ ଜଙ୍ଗଲରେ ରହି ଏଡାଳ ସେଡାଳ ହେଉଥିବା ବେଳେ ଅଜଗର ଏହାର ସୁଯୋଗ ନେଇ ଗୋଟିଏ ମାଙ୍କଡକୁ ନିଜ ଆୟତରେ ଗୋଡ଼ାଇ ରଖିଥିଲା ।

ସାପ ମାଙ୍କଡକୁ ଗୋଡେଇ ଧରିଥିବା ଦୃଶ୍ୟ ସାହିର ଲୋକମାନେ ଦେଖି ଗାଁ’ରେ କହିଥିଲେ । ଗାଁ ଲୋକମାନେ ସେଠାରେ ରୁଣ୍ଡ ହୋଇଯିବାରୁ ସାପଟି ଅନ୍ୟତ୍ର କେଉଁଆଡେ ଆଉ ଯାଇପାରିନଥିଲା ।

ଏହି ଗାଁର ଯୁବକମାନେ ଏ ବିଷୟରେ ସାପ ଉଦ୍ଧାରକାରୀଙ୍କୁ ଜଣାଇଥିଲେ । ପରଜଙ୍ଗ ଗ୍ରାମର ଗୁଡୁ ଓ କାଟେଣି ଗ୍ରାମର 2 ଭାଇ ମୁନା ଓ କୁନା ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ମଧ୍ୟ ମାଙ୍କଡଟି ଏଥିରୁ ବର୍ତ୍ତି ନପାରି ମୃତ୍ୟୁର ଶିକାର ହୋଇଥିଲା ।


ସେୟାର କରନ୍ତୁ