ଢେଙ୍କାନାଳ ଜିଲ୍ଲାରେ ଆବାସସ୍ଥଳ ଅଧିକାର କର୍ମଶାଳା

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ସଂସ୍କୃତିଭବନ ସଭା କକ୍ଷଠାରେ ଜିଲ୍ଲା ମଙ୍ଗଳ ଅଧିକାରୀ ରୁଦ୍ରପ୍ରସନ୍ନ ପରିଜାଙ୍କ ଅଧ୍ୟକ୍ଷତା ରେ ଆଦିମ ଜୁଆଙ୍ଗ ଜନଜାତି ମାନଙ୍କର ଆବାସସ୍ଥଳୀ ଅଧିକାର ସମ୍ପର୍କିତ
ଜିଲ୍ଲା ସ୍ଥରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ(ଏସ.ସୀ.ଏସ.ଟି ଆର ଟି ଆଇ) ଜଙ୍ଗଲ ଅଧିକାର ଆଇନୀ ପ୍ରକଳ୍ପ ଅଧିକାରୀ ବାଳକୃଷ୍ଣ ସାହୁ, ଏଫ.ଇ.ଏସ ବରିଷ୍ଠ ପ୍ରକଳ୍ପ ଅଧିକାରୀ ବିରଞ୍ଚି ପାଇକରାୟ,ଢେଙ୍କାନାଳ ସଦର ଅତିରିକ୍ତ ଉପଜିଲ୍ଲାପାଳ ଶରତ କୁମାର ନାୟକ,ଢେଙ୍କାନାଳ ଜିଲ୍ଲା ଏଫ.ଇ .ଏସର ଟିମ ଲିଡର ଦା୍ୱାପେମ୍ବା ଶେରପା,ସ୍ୱତନ୍ତ୍ର ଅଧିକାରୀ ଜୁଆଙ୍ଗ ଉନ୍ନୟନ ଅଧିକାରୀ ଇପ୍ସିତା ନନ୍ଦ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀଯୁକ୍ତା କବିତାଦାସ, ଲିଲି ରାଉତ, ଜିଲ୍ଲାର ବିଭିନ୍ନ ପିଢର ସର୍ଦାର,ନାଗମ, ଦେହୁରୀ, କାଳିସୀ ଓ ସଭ୍ୟା ସଭ୍ୟ ମାନେ ଯୋଗଦେଇ ଜଙ୍ଗଲ ଅଧିକାର ଆଇନୀ ଉପରେ ବିଷଦ ଚର୍ଚ୍ଚା ଆଲୋଚନା କରାଯାଇଥିଲା ।

ଜୁଆଙ୍ଗ ସମାଜର ଚଳଣି, ସଂସ୍କୃତି, ପାରମ୍ପରିକ ବ୍ୟବସ୍ଥା ଉପରେ ଉପସ୍ଥିତ ପ୍ରତିନିଧି ମାନେ ଉପସ୍ଥାପନ କରିଥିଲେ । ପ୍ରକୃତି ସେମାନଙ୍କର ଇଷ୍ଟ ବୋଲି ଜଙ୍ଗଲ ସେମାନଙ୍କୁ ମାଆ ଭଳି ପୁରାତନ କାଳରୁ ପାଳନ କରିଆସୁଛି । ଆଇନୀ ଅନୁଯାଇ ଆବାସ ସ୍ଥଳ ଅଧିକାର ଦାବୀକୁ ପ୍ରଦାନ ନିମନ୍ତେ ଅନୁରୋଧ ରଖିଥିଲେ।କାର୍ଯ୍ୟକ୍ରମ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ର ଅତିରିକ୍ତ ଅଧିକାରିଣୀ କବିତା ଦାସ ପରିଚାଳନା କରିଥିବା ବେଳେ ଜୁଆଙ୍ଗ ଯୁବ ପ୍ରତିନିଧି ମିହିର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


ସେୟାର କରନ୍ତୁ