କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ସିଆରିମାଳିଆ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ଜଙ୍ଗଲ ରାସ୍ତା ର ଉର୍ନ୍ନତୀକରଣ ସକାଶେ ମଙ୍ଗଳବାର ଭିତ୍ତି ପ୍ରସ୍ତର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଆରିମାଳିଆ ଠାରୁ ବାଘମୁଣ୍ଡା ରାସ୍ତା ସଂରକ୍ଷିତ ଜଙ୍ଗଲ ଦେଇ ରହିଥିବାରୁ ଏହି ରାସ୍ତା ର ଉର୍ନ୍ନତୀ ସକାଶେ ଦୀର୍ଘ ଦିନ ଧରି ଦାବିକୁ ପୂରଣ ହେବାକୁ ଯାଉଛି l
ଏହି ରାସ୍ତା କାମ ହେବା ବେଳେ ବହୁ ଗଛ ନଷ୍ଟ ହେବାର ସମ୍ଭାବନା ଥିବା ବେଳେ ପରିବେଶ କୁ ଗୁରୁତ୍ବ ଦେବା ଏବଂ ସନ୍ନିକଟ କୁଟୁରିଆ ଗ୍ରାମର ପ୍ରସିଦ୍ଧ ବିଳେଇଶୁଣୀ ପୀଠକୁ ଜିଲା ତଥା ରାଜ୍ୟର ଭିଭିର୍ନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଯାତାୟାତ ରେ ସୁଗମ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ l ଅନୁଗୋଳ ଆଞ୍ଚଳିକ ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ୱାଇଁ ଯୋଗଦେଇ ଏହି ରାସ୍ତା ନିର୍ମାଣ ହେଲେ କାମାକ୍ଷାନଗର ଠାରୁ ମହାବୀରରୋଦ ପର୍ଯ୍ୟନ୍ତ ଯାତାୟାତ ରେ ସୁବିଧା ହେବା ସହିତ ବଣ କର୍ମଚାରୀମାନେ ରାତିରେ ଯାତାୟାତ କରି ବନ ସୁରକ୍ଷା ଉପରେ ନଜର କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ l
ଜିଲା ସଭାପତି ରାସବିହାରୀ ବେହେରା ଯୋଗଦେଇ ବିଲେଇସୁଣୀ ପୀଠକୁ ଶ୍ରାଦ୍ଧଲୁମାନେ ଯିବା ସକାଶେ ଏହି ରାସ୍ତା ର ଗୁରୁତ୍ୱ ବଡ଼ିବ ବୋଲି ପ୍ରକାଶ କାଇଥିଲେ l ଗ୍ରାମ୍ୟ ଉର୍ନ୍ନୟନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଶିବଜ୍ୟୋତି ସାହୁ ସିଆରିମାଳିଆ ଠାରୁ ବାଘମୁଣ୍ଡା ୮. ୪୯0 କି. ମି. ରାସ୍ତାରେ ୭0୪. ୬୫ ଲକ୍ଷ୍ୟ ଅଟକଳରେ ଆଗାମୀ ବର୍ଷ ମେ ମାସ ମଧ୍ୟରେ ସଂପୂର୍ଣ୍ଣ ହେବାକୁ ସ୍ଥିର କରାଯାଇଥିବାର ସୂଚନା ଦେଇଥିଲେ l
ପରଜଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ଯୋଗଦେଇ ରାସ୍ତାର ଉର୍ନ୍ନତୀ ହେଲେ ଗ୍ରାମ ଗୁଡିକର ଉର୍ନତିରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ l ଦାୟିତ୍ୱ ନେଇଥିବା ଏଜେନସି ଇଂ ରତ୍ନାକର ରାଉତ ଏକ ବର୍ଷ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ ହେବା ଉପରେ ଗୁରୁତ୍ୱ ଦେଇଥିଲେ l କାର୍ଯ୍ୟକ୍ରମ ରେ ଜିଲା କାର୍ଯ୍ୟ କରେଣୀ ସଦସ୍ୟ ବସନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷା ଯଶଶ୍ୱନୀ ରାଉତ ଧନ୍ୟବାଦ ଦେଇଥିଲେ l
ଏଥି ପୂର୍ବରୁ ଜୟପୁରା କାଟେଣୀ ଉଚ୍ଚ ବିଦ୍ୟାଳୟ ର ଶ୍ରେଣୀ ଗୃହ ଏବଂ ପଦ୍ମପୋଖରୀ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗ୍ରହ, ଜୟପୁରା କାଟେଣୀ ଗ୍ରାମ ମଧ୍ୟରେ ରାଧାକୃଷ୍ଣ କମ୍ୟୁନିଟ ସେଣ୍ଟର ଏବଂ ଶୁଣ୍ଢୀ କାଟେଣୀ ଗ୍ରାମରେ ଭୋଗ ମଣ୍ଡପ କୁ ବିଧାୟକ ଶ୍ରୀ ପ୍ରଧାନ ଉଦଘାଟନ କରିଥିଲେ l