କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଇସିଙ୍ଗା ପଞ୍ଚାୟତର ତେନ୍ତୁଳିସିଂହା ସ୍ଥିତ ସର୍ବ ପୁରାତନ ଶୈବ ପୀଠ ରାମେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକରେ କମିଟି ର ସଭାପତି ଶିଶିରକାନ୍ତ ପଣ୍ଡା ଅଧ୍ୟକ୍ଷତା କରି ଆଗାମୀ ଦେବ ବିବାହ ସଂପର୍କ ରେ ଆଲୋକପାତ କରି କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ ସଂପର୍ଣ୍ଣ ହୋଇପାରିବ ସେ ଉପରେ ସମସ୍ତ ସଦସ୍ୟ ମାନଙ୍କର ସହଯୋଗ କାମନା କରିଥିଲେ l ଏଥିରେ କମିଟିର ବରିଷ୍ଠ ସଦସ୍ୟ ଉଦୟଭାନୁ ପଟ୍ଟନାୟକ ,ଭାସ୍କର ଚନ୍ଦ୍ର ରାଉଳଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ l