ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଟିତ

ରାଜ୍ୟ
ସେୟାର କରନ୍ତୁ

ଢେ଼ଙ୍କାନାଳ : ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନହିତକରୀ ଯୋଜନା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସଫଳତାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଓଡ଼ାପଡ଼ା ବ୍ଲକ ଗୁଣ୍ଡିଚାପଡ଼ା ଗ୍ରାମ ପଞ୍ଚାୟତର କଲ୍ୟାଣୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ାପଡ଼ା ବିଡିଓ ଦିଲୀପ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା ବିଜେପି ଉପ ସଭାନେତ୍ରୀ ଇତିଶ୍ରୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ପ୍ରଧାନ ଓ ସହଦେବ ପୃଷ୍ଟି ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ପଞ୍ଚାୟତର ଜନପ୍ରତିନିଧି,ବିଭିନ୍ନ ବିଭାଗର ଅଧିକାରୀ,ସ୍ବୟଂସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଏମ୍ବିକେ,ସିଆରପି,ମହିଳା ସ୍ବାସ୍ଥ୍ୟ କର୍ମୀ,ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା,ଆୟୁଷ୍ମାନ ବାୟୋ ବନ୍ଦନା,ସୁଭଦ୍ରା ଶକ୍ତି ,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ଭିବିଜି ରାମ ଜି ଯୋଜନା ସମ୍ପର୍କରେ ପିଇଓ ଜନ ସାଧାରଣଙ୍କୁ ସଚେତନତା କରିଥିଲେ । ପରେ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଡିଇଓ,ସମସ୍ତ ଗ୍ରାମ ସାଥୀ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।


ସେୟାର କରନ୍ତୁ