କାମାକ୍ଷାନଗର : କାମାକ୍ଷାନଗର ସହରର ମେନରୋଡ଼ ଠାରେ ମୁଥୁଟ ଫିନକ୍ରପର ନୂତନ ଶାଖା ଉଦଘାଟିତ ହୋଇଯାଇଛି l ରାଜ୍ୟର ୭୪ ତମ ଶାଖା ଭାବେ ଏହା ଉଦଘାଟିତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଆର୍ଥିକ କାରବାର କ୍ଷେତ୍ର ରେ ସୁବିଧା ନିମନ୍ତେ ଏହା ସହାୟକ ହୋଇ ପାରିବ l ମୁଖ୍ୟ ଅତିଥି ଭାବେ ସମାଜସେବୀ ସରୋଜକାନ୍ତ ବେହେରା ଯୋଗଦେଇ ଏହି ନୂତନ ଶାଖାକୁ ଉଦଘାଟନ କରିଥିବା ବେଳେ ଶାଖା ପରିଚାଳକ କାର୍ତ୍ତିକ ଚନ୍ଦ୍ର ମୁଖୀ ଉପସ୍ଥିତ ଥିଲେ l
କାମାକ୍ଷାନଗର ଅଞ୍ଚଳ ଏକ ପ୍ରଗତିଶୀଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଏହି ଶାଖା ଖୋଲିବା ଦ୍ୱାରା ସ୍ଥାନୀୟ ଅଞ୍ଚଳ ର ବାସିନ୍ଦା ଏହାର ସୁବିଧା ନେଇ ପାରିବେ l ଅନ୍ୟ ମାନଙ୍କ ମଧ୍ୟରେ ଶାଖାର କର୍ମଚାରୀ ଜୟନ୍ତ କୁମାର ସାହୁ, ଅବିନାଶ ସାହୁ, ସାଗରବାଳା ରାଉତ, ହିମାଂଶୁ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା, ବ୍ୟବସାୟୀ ଓ ସାଧାରଣ ଲୋକ ଉପସ୍ଥିତ ରହି ନିଜର ଆର୍ଥିକ କାରବାର କରିବା ସହିତ ଏହି ଶାଖା ରେ ଉପଲବ୍ଧ ଥିବା ବିଭିନ୍ନ ସୁବିଧା ବିଷୟରେ ପଚାରି ବୁଝିଥିଲେ l