ତାଲୁକ ଆଇନ ସେବା କମିଟି ପକ୍ଷରୁ ବିଶ୍ୱ ଯୋଗ ଦିବସ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : କାମାକ୍ଷାନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା କମଟିର ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲା ଦୌରାଜଜ ଇତିଶ୍ରୀ ମାଳବିକା ଭୂୟାଁ ସଭାପତିତ୍ୱ କରି ପ୍ରତ୍ୟହ ଯୋଗାଭ୍ୟାସ କଲେ ସୁସ୍ଥ ଶରୀର ଲାଭ କରିବାରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ l

ବରିଷ୍ଠ ଦିୱାନି ବିଚାରକୁ ମାମି ବେହେରା ଯୋଗଦେଇ ସାଂପ୍ରତୀକ ପରିସ୍ଥିତିରେ ଶରୀର ଯୋଗ ଦ୍ୱାରା ଦୁଃସାଧ୍ୟ ରୋଗ ଲାଘବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ଉପଖଣ୍ଡ ସ୍ତରୀୟ ବିଚାରକୁ ନିଲୋଫର ଯୋଗ ଦ୍ୱାରା ସୁସ୍ଥ Blvd ଗଠନରେ ସହାୟକ ହୋଇପାରିବ ବୋଲି ସୂଚନା ଦେଇଥିଲେ l ଅଦାଲତ ପରିସରରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମ ରେ ଅଦାଲତ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ l


ସେୟାର କରନ୍ତୁ