କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସହର ସ୍ଥିତ ସାଇବିହାର ଠାରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇ ଯାଇଛି l ସାଇମନ୍ଦିର ଯୋଗକେନ୍ଦ୍ର ତରଫରୁ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଆୟୋଜିତ ଏହି ଯୋଗଦିବସ ଅବସରରେ ସହରର ବହୁ ବରିଷ୍ଠ ନାଗରିକ, ସମାଜସେବୀ, ବ୍ୟବସାୟୀ, ମହାବିଦ୍ୟାଳୟ ର ଛାତ୍ର ଓ ମହିଳା ମାନେ ଯୋଗ ଦେଇଥିଲେ l
ବର୍ତମାନ ସମୟରେ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗର ବହୁତ ବଡ଼ ଭୂମିକା ଥିବାବେଳେ ସମସ୍ତେ ଯୋଗ କରିବା ର ଆବଶ୍ୟକତା ରହିଛି l ତେଣୁ ସମସ୍ତବର୍ଗର ଲୋକ ଯୋଗ କରିବା ସହିତ ଯୋଗର ପ୍ରଚାର ପ୍ରସାର କରିବା ଓ ନିୟମିତ ଯୋଗ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି l ବରିଷ୍ଠ ଯୋଗଗୁରୁ ଲିଙ୍ଗରାଜ ଜେନା ଯୋଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ରହି ଯୋଗ କରିଥିଲେ l