ହଜି ଯାଇଛି କଣ୍ଢେଇନାଚ, ଦୁର୍ଦ୍ଦିନରେ କଣ୍ଢେଇ ନାଚ କଳାକାର

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ୬୦ ଦଶକର ଚିତ୍ର କଣ୍ଢେଇନାଚ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ପଞ୍ଚାୟତର କରଡାମଡା ଗ୍ରାମ ମଧୁସାହୁ ପାଟଣା ପଞ୍ଚାୟତର ରାଜୁଆପାଟଣା ଗ୍ରାମ,ବଲ୍ୟାମ୍ବା ପଞ୍ଚାୟତର ରାଇଡିହି ଗ୍ରାମ ଓ ବ୍ୟବସାୟୀମାନେ ସେହି ବାଲ୍ୟାମ୍ବା ଗ୍ରାମର ବିଭିନ୍ନ ନାଚ କଳାକାର ମାନଙ୍କୁ ଧରି ବିଭିନ୍ନ ସ୍ଥାନ ମାନଙ୍କରେ କାଠ କଣ୍ଢେଇ ନାଚ ପରିବେଷଣ କରୁଥିଲେ । ପୂର୍ବ କାଳରେ ଐତିହ ପରପରମ୍ପରାକୁ ମନେପକାଇ ଦିଏ ଏହି ଦୃଶ୍ୟ ।

ଓଡ଼ିଆ ସମାଜର ଅତୀତ ଓ ପରମ୍ପରା ସାମାଜିକ ଚଳଣିକୁ ଆଧୁନିକ ସମାଜ ଭୁଲି ଯାଇଥିବା ବେଳେ ଏହି କଣ୍ଢେଇ ନାଚ ମଧ୍ୟମରେ ପୁରୁଣା ଯୁଗର କାହାଣୀ ମନେପଡେ । ଦିନଥିଲା ଏହି କାଠ କଣ୍ଢେଇନାଚ ଦେଖିବା ପାଇଁ ଗାଁ ଶେଷ ମୁଣ୍ଡକୁ ଧାଇଁ ଆସୁଥିଲେ ଗାଁ ଝିଅ ବୋହୂ,ଛୋଟ ପିଲା ଓ ଲୋକେ । ପୌରାଣିକ ଗୀତିନାଟ୍ୟ ଖୁଲଣାସୁନ୍ଦରୀ,ରାଜାହରିଶ୍ଚନ୍ଦ୍ର,ତଅପୋଇ,ସୀତା ଚାରି,ରାମାୟଣ, ଯଥା ମହାଭାରତ ଓ ସାମାଜିକ ନାଟକ ଭଳି ଏହି ନାଟକକୁ ନିଜର କଣ୍ଢେଇନାଚ ମାଧ୍ୟମରେ ପ୍ରଚାର ପ୍ରସାର କରୁଥିଲେ କଳାକାର । ଉପରେ ବିଭିନ୍ନ ସୂତା ବାନ୍ଧି ବିଭିନ୍ନ ସମୟରେ ବିଭିନ୍ନ ଶୈଳୀରେ ଏହି କଣ୍ଢେଇ ମାନଙ୍କୁ ନଚାଉ ଥିବା କଳାକାର ଜାଣିଛି ଯେ ଏହା କେତେ କଷ୍ଟ ଦାୟକ କିନ୍ତୁ ସେ ଏହାକୁ ମନରେ ନଭାବି ଲୋକମାନଙ୍କ ମନୋରଞ୍ଜନ ପାଇଁ ସଦାବେଳେ ଚେଷ୍ଟିତ ଥାଏ ।

ତେବେ ସମୟ ବଦଳିବା ସହ ଟିଭିର ଚାହିଦା ବୃଦ୍ଧି ଏମାନଙ୍କ ବୃତି ଉପରେ ପ୍ରଭାବ ପକାଇବା ଆରମ୍ଭ କଲା। ମାଙ୍କଡ ନାଚ,ଗୋଟିପୁଅ ନାଚ,କାଠ କଣ୍ଢେଇ ନାଚ ଏହି ପୁରୁଣା କାହାଣୀ ମନେପଡେ କାଳକ୍ରମେ ଚାକଚକ୍ୟ ଓ ଆଧୁନିକ ନୃତ୍ୟ,କଳାକାର ନୃତ୍ୟ ଗୀତର ଆବୃତିକୁ ନେଇ ଏହି କାଠ କଣ୍ଢେଇନାଚ ପ୍ରାୟ ବନ୍ଦହୋଇ ରହିଥିଲା । ଏହି କଣ୍ଢେଇ ନାଚକୁ ଦେଖିବା ପାଇଁ ବେଶ ଭିଡ ଲାଗି ରହୁଥିଲା । ଏହି ପାର୍ଟି ଉପରେ ନିର୍ଭର କରିଥିବା କଳାକାରମାନେ ବୟସର ଅପରାହ୍ନରେ ପହଞ୍ଚି ସାରି ଥିବା କଳାକାରମାନେ ଏବେ ଦୁର୍ଦ୍ଦିନରେ ।


ସେୟାର କରନ୍ତୁ