ହନୁମାଙ୍କଡ଼ ଆତଙ୍କରେ ଅଞ୍ଚଳବାସୀ ଆତଙ୍କିତ

ରାଜ୍ୟ
ସେୟାର କରନ୍ତୁ

ଢେ଼ଙ୍କାନାଳ : ଢେଙ୍କାନାଳ ଭାପୁର ଗ୍ରାମରେ ହନୁମାଙ୍କଡ ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି ଗ୍ରାମବାସୀ। ଗୋଟିଏ ହନୁ ମାଙ୍କଡ଼ ପାଗଳ ହୋଇ ଭାପୁର ଗ୍ରାମର ପ୍ରାୟ ୬ ଜଣରୁ ଊର୍ଦ୍ଧ ମହିଳା,ଛୋଟ ପିଲା,ବୟସ୍କ ବ୍ୟକ୍ତିମାନଙ୍କୁ ଆକ୍ରମଣ କରି କାମୁଡ଼ି ଦେଉଛି । ନୂଆସାହି,ଗୋଡ଼ି ସାହି,ଶବର ସାହି,ବ୍ରାହ୍ମଣ ସାହି,ଭାପୁର ଗ୍ରାମରେ ଆଜିକୁ ପ୍ରାୟ ୪ଦିନ ଧରି ମାଙ୍କଡ଼ଟି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଉପରକୁ ଝାମ୍ପ ମାରିବା ସହ କାମୁଡ଼ି ଦେଉଛି ।

ମାଙ୍କଡ ଆକ୍ରମଣରେ ପୂର୍ବତନ ଜିଲ୍ଲା ପରିଷଦ ନରେଶ ଭୋଇଙ୍କ ପୁଅ ଜଗଦୀଶ ଭୋଇ (୧୨),ପ୍ରହଲ୍ଲାଦ ମହାରଣା (୬୨),ତପନ କୁମାର ପଣ୍ଡା (୪୩),ବିଜୁ ମୁଦୁଲି (୩୫),ଅପର୍ଣ୍ଣା ପଣ୍ଡା(୪୫) ପ୍ରମୁଖ ଶିକାର ହୋଇ ସ୍ଥାନୀୟ ଭାପୁର ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକିତ୍ସିତ ହେଉଛନ୍ତି । ଏ ଘଟଣାକୁ ନେଇ ଭାପୁର ଗ୍ରାମର ସମାଜ ସେବୀ,ପରିବେଶବିତ୍ ତଥା ଯୁବ ସାମ୍ୱାଦିକ ମହେଶ୍ବର ସାହୁ ବନପାଳ ନିରଞ୍ଜନ ନାୟକଙ୍କ ସହ ଫୋନ୍ ଯୋଗେ କଥା ହେବା ପରେ ତୁରନ୍ତ ବନପାଳ ଶ୍ରୀ ନାୟକଙ୍କ ତତ୍ବାବଧାନରେ ସମସ୍ତ କର୍ମଚାରୀ ସାମୂହିକ ଉଦ୍ୟମ କରି ମାଙ୍କଡକୁ ଧରିବାରେ ବିଫଳ ହେବା ପରେ ଏବେ କପିଳାସରୁ ଟ୍ରାଙ୍କୁଲାଇଜର ଟିମ୍‌କୁ ଅବଗତ କରାଇଥିଲେ । ଟ୍ରାଙ୍କୁଲାଇଜର ଟିମ ଆସି ମାଙ୍କଡ଼ଟିକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।


ସେୟାର କରନ୍ତୁ