ଢେ଼ଙ୍କାନାଳ : ଓଡ଼ିଶା ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନହିତକରୀ ଯୋଜନା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସଫଳତାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ‘ବିକାଶର ଧାରା ଓଡ଼ିଶା ସାରା’କାର୍ଯ୍ୟକ୍ରମ ସଦରବ୍ଲକ ନାଗିଆପଶି ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ସୁଷମା ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସତ୍ୟବାନ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ଗୋବିନ୍ଦପୁର ମଣ୍ଡଳ ସଭାପତି ରଞ୍ଜିତ ଭିଶାଲ, କାର୍ଯ୍ୟକର୍ତ୍ତା କପିଳ ମାଝୀ,ପଞ୍ଚାୟତ ପ୍ରମୁଖ ପରମାନନ୍ଦ ପରିଡ଼ା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତର ଜନପ୍ରତିନିଧି,ସ୍ବୟଂସହାୟକ ଗୋଷ୍ଠୀର ମହିଳା ସଦସ୍ୟ,ମହିଳା ସ୍ବାସ୍ଥ୍ୟ କର୍ମୀ,ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ,ଗ୍ରାମସେବକ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା,ଆୟୁଷ୍ମାନ ବାୟୋ ବନ୍ଦନା,ସୁଭଦ୍ରା ଶକ୍ତି,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ଭିବିଜି ରାମ ଜି ଯୋଜନା ସମ୍ପର୍କରେ ଅତିଥିମାନେ ଜନ ସାଧାରଣଙ୍କୁ ସଚେତନତା କରିଥିଲେ । ପରେ ହିତାଧିକାରୀଙ୍କୁ,ଭତା,ରାସନ୍ କାର୍ଡ,ଅନ୍ତୋଦୟ ଗୃହ ପ୍ରଦାନ କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ମାରାଣ୍ଡି,ଏଡିଇଓ ମଦନ ମୋହନ ପରିଡା ସମସ୍ତ ଗ୍ରାମ ସାଥୀ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।