ମହାପ୍ରଭୁଙ୍କ ଦର୍ଶନ ଅନୁଭୂତି ଥିଲା ଅତ୍ୟନ୍ତ ଭାବପୂର୍ଣ୍ଣ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ଦେଶବିଦେଶ
ସେୟାର କରନ୍ତୁ

ପୁରୀ : ପବିତ୍ର ‘ଦେବସ୍ନାନ ପୂର୍ଣ୍ଣିମା’ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀକ୍ଷେତ୍ରର ସ୍ନାନ ମଣ୍ଡପରେ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରା ଦର୍ଶନ କରି ସେ ନିଜକୁ ଧନ୍ୟ ମନେ କରିଛନ୍ତି ।

ଶ୍ରୀ ପ୍ରଧାନ ସ୍ନାନ ବେଦୀରେ ବିରାଜମାନ ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରି କହିଛନ୍ତି, “ସ୍ନାନ ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ତାଙ୍କର ଆଶୀର୍ବାଦ ଲାଭ କରୁଛନ୍ତି । ଆଜିର ଏହି ଦର୍ଶନ ଅନୁଭୂତି ସମ୍ପୂର୍ଣ୍ଣ ନିଆରା ଓ ଭାବଗମ୍ଭୀର ଥିଲା । ମହାପ୍ରଭୁଙ୍କ ଲୀଳା ଦେଖିବାର ଯେଉଁ ସୌଭାଗ୍ୟ ମତେ ପ୍ରାପ୍ତ ହୋଇଛି, ସେଥିପାଇଁ ମୁଁ ନିଜକୁ କୃତକୃତ୍ୟ ମନେ କରୁଛି ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ମହାପ୍ରଭୁଙ୍କ ମହିମା ଅପାର ଓ ଅନନ୍ତ । କାଳିଆ ସାଆନ୍ତଙ୍କ ଆଶୀର୍ବାଦ ଓ କରୁଣା ସମସ୍ତଙ୍କ ସହ ସଦାସର୍ବଦା ରହିଥାଉ । ଏହି ପବିତ୍ର ଅବସରରେ ସେ ମହାପ୍ରଭୁଙ୍କ ଶ୍ରୀଚରଣରେ ଓଡ଼ିଶାବାସୀଙ୍କ ସମେତ ସମଗ୍ର ବିଶ୍ୱବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି ।


ସେୟାର କରନ୍ତୁ