ପଦ ରହୁ ଅବା ନରହୁ, ରାହୁଲ ଏବଂ ପ୍ରିୟଙ୍କାଙ୍କ ସହ ସବୁବେଳେ ରହିବି- ସିଦ୍ଧୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଏହି ସପ୍ତାହରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁ ଶନିବାର ଅପରାହ୍ନରେ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ, ପଦ ରହୁ ଅବା ନରହୁ, ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଖରେ ରହିବେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ହୋଇଥିବା ତିକ୍ତ କଳହରେ (ଗତ ମାସରେ ତାଙ୍କ ଇସ୍ତଫା ରାଜ୍ୟରେ ନେତୃତ୍ୱ ସଙ୍କଟ ସୃଷ୍ଟି କରିଥିଲା), ସିଦ୍ଧୁ ଗାନ୍ଧୀ ପରିବାର ଦ୍ୱାରା ସମର୍ଥିତ ହୋଇ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ନୀତି ରକ୍ଷା କରିବେ ବୋଲି ଶପଥ ନେଇଛନ୍ତି ଏବଂ କଂଗ୍ରେସର ବିଜୟ ନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ।

ସେ ଟୁଇଟ୍ କରି କହିଛନ୍ତି, ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ନୀତିକୁ ସମର୍ଥନ କରିବି । ପଦ ରହୁ ଅବା ନରହୁ, ମୁଁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଠିଆ ହେବି ! ସମସ୍ତ ନକାରାତ୍ମକ ଶକ୍ତିକୁ ମୋତେ ହରାଇବା ପାଇଁ ଚେଷ୍ଟା କରିବାକୁ ଦିଅନ୍ତୁ, କିନ୍ତୁ ସକରାତ୍ମକ ଶକ୍ତିର ପ୍ରତ୍ୟେକ ଉର୍ଜା ସହିତ ପଞ୍ଜାବକୁ ବିଜୟ ନିଶ୍ଚିତ କରାଇବି । ପଞ୍ଜାବିୟତ ବିଜୟ (ୟୁନିଭର୍ସାଲ ଭାଇଚାରା) ଏବଂ ପ୍ରତ୍ୟେକ ପଞ୍ଜାବିର ବିଜୟ !! “


ସେୟାର କରନ୍ତୁ