କାମାକ୍ଷାନଗର : କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟର ଦ୍ବିତୀୟ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ନିରାଡମ୍ବର ସହକାରେ ପାଳନ ହୋଇଯାଇଛି । 30 ଜୁନ 2025 ମସିହାରେ କାମାକ୍ଷାନଗର ମୁଣ୍ଡିଦେଉଳି ସ୍ଥିତ ଅସ୍ଥାୟୀ ବିଦ୍ୟାଳୟ କ୍ୟାମ୍ପସରେ ଆରମ୍ଭ ହୋଇଥିଲା କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟର ପାଠପଢା । ଏହା ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ବିଦ୍ଯାଳୟ ପରିସରରେ ପ୍ରିନ୍ସପାଲ ପ୍ରହଲ୍ଲାଦ ମିଶ୍ର ଏକ ଗୁଆ ଗଛ ଲଗାଇଥିଲେ ।
ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଭୋଳେଶ୍ବର ବେହେରା, ରାକେଶ ରଂଜନ ପ୍ରଧାନ, ମହେନ୍ଦ୍ର ପ୍ରତାପ ଭୂତିଆ, ପ୍ରଜିତ୍ କୁମାର ବେହେରା, ନିକିତା ପାତ୍ର, ପ୍ରଜ୍ଞା ପାରମିତା ସାହୁ, ଚାରୁଲତା ସାହୁ, ପ୍ରଶାନ୍ତ କୁମାର ମହାପାତ୍ର, ପିକେ ରଣା, ଜ୍ଞାନରଂଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ମୁଣ୍ଡିଦେଉଳି ସ୍ଥିତ କାମାକ୍ଷାନଗର କେଭି ପରିସରରେ ଦ୍ବିତୀୟ ପ୍ରତିଷ୍ଠା ଦିବସକୁ ଅତି ନିରାଡମ୍ବର ସହକାରେ ପାଳନ କରାଯାଇଛି ।
କାମାକ୍ଷାନଗର କେଭି ପ୍ରିନ୍ସପାଲ ପ୍ରହଲ୍ଲାଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ବ୍ରଜେଶ୍ବରୀ ଦାସ ଯୋଗ ଦେଇ, ତୃତୀୟରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗୀତାର ସଫଳ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ସମ୍ବୋଧନ କରିବା ସହିତ ସମୟାନୁବର୍ତ୍ତିତା ହୋଇ ଜୀବନରେ ସଫଳ ହେବାକୁ ପରାମର୍ଶ ରଖିଥିଲେ । ଦ୍ବିତୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଭୋଳେଶ୍ବର ବେହେରା ପରିଚାଳନା କରିଥିଲେ ।