ମଠକରଗୋଳା ପ୍ରାଚୀନ ଐତିହ୍ୟ ମଉଳା ଭଣଜା ପୀଠ

Truthink
ସେୟାର କରନ୍ତୁ

କାମାକ୍ଷାନଗର : ପ୍ରକୃତିକ ସୌନ୍ଦର୍ଯ୍ୟ ଭରା ଢେ଼ଙ୍କାନାଳ ଜିଲ୍ଲାଟି ଏହି ମାଟିର ପ୍ରାଚୀନ ଐତିହ୍ୟକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେହିପରି ଢେ଼ଙ୍କାନାଳ ଭୂବନ ବ୍ଲକ ମଠକରଗୋଳା ଭୁଆସୁଣୀ ପାହାଡ ତଳେ ଥିବା ଶାଳଜଙ୍ଗଲ ଭିତରେ ରହିଛି ପ୍ରାଚୀନ ଐତିହ୍ୟ ମଉଳା ଭଣଜା ପୀଠ । ଶାଳଜଙ୍ଗଲ ଭିତରେ ପଥର ଦେବତା ନାଁ ମଉଳା ଭଣଜା ଠାକୁର । ଏଠି ଜମେ ଶ୍ରଦ୍ଧାଳୁଙ୍କ ଭିଡ । ଶହ ଶହ ବର୍ଷ ଏହି ତଳର କିମ୍ବଦନ୍ତୀ ।

ଏକଦା ମାମୁଁ ଓ ଭଣଜା ବାହାଘର ସମୟରେ ଯାଉଥିବା ବେଳେ ସାଥିରେ ଯାଉଥିବା ହାତୀ,ଘୋଡ଼ା,ବାଜା ଓ ବରଯାତ୍ରୀ ବି ପଥର ହୋଇ ଯାଇଥିଲେ । ସେହି ଦିନ ଠାରୁ ମଠକରଗୋଳାବାସୀ ପୀଢ଼ି ପରେ ପିଢ଼ି ଶାଳ ଜଙ୍ଗଲ ଭିତରେ ଥିବା ଦୁଇଟି ବଡ ପଥରକୁ ମଉଳା ଭଣଜା ଠାକୁର ଭାବେ ପୂଜା କରି ଆସୁଛନ୍ତି । ଏହି ପୀଠରେ ଆଖ ପାଖ ଅଞ୍ଚଳର ପ୍ରତି ରବିବାରରେ ଏଠାକୁ ଛୁଟେ ଶ୍ରଦ୍ଧାଳୁଙ୍କ ଶୁଅ ।

ମଣିଷ,ଗାଇ,ଗୋରୁ ରୋଗରେ ପଡ଼ିଲେ ମଉଳା ଭଣଜାପୀଠରେ ଗ୍ରାମବାସୀ ଶରଣାପର୍ଣ୍ଣ ହୁଅନ୍ତି । ଅପୁତ୍ରିକ ନାରୀ ମାନସିକ କରି ଅଧିଆ ପଡିଲେ ସନ୍ତାନ ଲାଭ କରିବାର ବିଶ୍ଵାସ ରହିଛି । ମକର ସଂକ୍ରାନ୍ତି ଦିନ ଏଠାରେ ପ୍ରଭୁଙ୍କର ଏହାର ବଡଯାତ୍ରା ହୁଏ । ଜାତୀୟ ରାଜପଥ ୫୩ ମଠକରଗୋଳା ଗାଁଠାରୁ ୩ କିଲୋମିଟର ସୁନ୍ଦର ପରିବେଷ୍ଟିତ ଶାଳଜଙ୍ଗଲ ପ୍ରାକୃତିକ ଶୋଭାରାଜି ଭିତରେ ଥିବା ଏହି ପ୍ରାଚୀନ ଐତିହ୍ୟ ମଉଳା ଭଣଜାଙ୍କ ପୀଠରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ନୂଆବର୍ଷ ପାଖେଇ ଆସୁଥିବା ବେଳେ ନିକଟସ୍ଥ ବିଦ୍ୟାବନ୍ଧରେ ଭୋଜିଭାତ ଆସର ଜମେ ।

ହେଲେ ଏହି ଅଞ୍ଚଳଟିକୁ ପର୍ଯ୍ୟଟନ ସ୍ଥଳୀ ଘୋଷଣା ପାଇଁ ଦାବୀ କରିଛନ୍ତି ଅଞ୍ଚଳବାସୀ। ଏହି ମଠକରଗୋଳା ମଉଳା ଭଣଜା ପୀଠଟି କେବେ ପର୍ଯଟନସ୍ଥଳୀର ମାନ୍ୟତା ପାଉଛି ତାହା ଦେଖିବାକୁ ବାକି ରହିଲା।


ସେୟାର କରନ୍ତୁ